ଆଶୁତୋଷ ଗୋଓ୍ଵାରିକରଙ୍କ ସହ ଦ୍ବିତୀୟ ଥର କାମ କରି ନାହାନ୍ତି ଶାହରୁଖ୍
ମୁମ୍ବାଇ: ବଲିଉଡ୍ ସୁପରଷ୍ଟାର୍ ଶାହାରୁଖ୍ ଖାନ୍ ନିଜର କ୍ୟାରିଅର୍କୁ ନେଇ ଚିନ୍ତିତ। କାରଣ ଆଗ ଭଳି ଆଉ ତାଙ୍କ ସିନେମା ହିଟ୍ ହେଉନାହିଁ। ତାଙ୍କ ଅଭିନୀତ ଫିଲ୍ମ ଗୁଡିକ ଲଗାତାର ଫ୍ଲପ୍ ହେବାରେ ଲାଗିଛି। ହିଟ୍ ମେକରମାନେ ବି ରକ୍ଷା କରିପାରି ନାହାନ୍ତି ଶାହରୁଖ ଖାନଙ୍କୁ । ହଁ , ଏହି ତାଲିକାରେ ମଣିରତ୍ନମ୍ ,ଆଶୁତୋଷ ଗୋଓ୍ଵାରିକର୍ ଏବଂ ଅଜିଜ୍ ମୀର୍ଜାଙ୍କ ଭଳି ନିର୍ଦ୍ଦେଶକ ବି ଅଛନ୍ତି। ସୁପରଷ୍ଟାର ଶାହରୁଖ ଖାନ ଯେତେବେଳେ ପ୍ରଖ୍ୟାତ ନିର୍ଦ୍ଦେଶକ ମଣିରତ୍ନମ୍ଙ୍କ ‘ଦିଲ୍ସେ’ ସାଇନ୍ କରିଲେ,ସେତେବେଳେ ଚର୍ଚ୍ଚା ହେଲା କି ଏହା ଏକ ବ୍ଲକବଷ୍ଟର ମୁଭି ହେବ। ମାତ୍ର ଏହି ଫିଲ୍ମ ମାତ୍ର ୧୦ କୋଟି ୨୫ ଲକ୍ଷ ଟଙ୍କାର ଆୟ କରି ଫ୍ଲପ୍ ତାଲିକାଭୁକ୍ତ ହୋଇଥିଲା। ଏହାପରେ ନିର୍ଦ୍ଦେଶକ ମଣିରତ୍ନମ୍ ଆଉ କିଙ୍ଗ ଖାନଙ୍କ ସହ କାମ କରି ନାହାନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
‘ଲଗାନ୍’ପରି ବ୍ଲକ୍ବଷ୍ଟର ଫିଲ୍ମ ନିର୍ମାଣ କରିବା ପରେ ପ୍ରଖ୍ୟାତ ନିର୍ଦ୍ଦେଶକ ଆଶୁତୋଷ ଗୋଓ୍ଵାରିକର୍ ଶାହାରୁଖ୍ ଖାନ୍ଙ୍କୁ ନେଇ ‘ସ୍ୱଦେଶ’ ଟାଇଟଲରେ ଏକ ସଂପୂର୍ଣ୍ଣ ଭିନ୍ନ ଧରଣର ସିନେମା ତିଆରି କରିଥିଲେ। ଏଥିରେ ଗ୍ରାମୀଣ ଭାରତର କାହାଣୀ ଥିଲା। ‘ସ୍ୱଦେଶ’ ମାତ୍ର ୧୫ କୋଟି ୨୫ ଲକ୍ଷ ଟଙ୍କାର ଆୟ କରିଥିଲା , ଯାହା ବଜେଟ୍ ତୁଳନାରେ ଢ଼େର୍ କମ୍। ଏହାପରେ ଆଉ ଏଦୁହେଁ ଏକାଠି ହୋଇ ନାହାନ୍ତି।