ଧାରାବାହିକ କରୁ କରୁ ପରସ୍ପରର ପ୍ରେମରେ ପଡ଼ିଲେ ଶିବାଙ୍ଗୀ-କୁଶାଲ, କରିବେ ବିବାହ !

ମୁମ୍ବାଇ: ଧାରାବାହିକ ‘ୟେ ରିସ୍ତା କ୍ୟା କେହଲତା ହେ’ରେ ନାୟରା ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଖ୍ୟାତନାମା ଅଭିନେତ୍ରୀ ଶିବାଙ୍ଗୀ ଯୋଶୀ ଏବେ ତାଙ୍କ ପ୍ରେମ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଏବେ ଅଭିନେତା କୁଶାଲ ଟଣ୍ଡନଙ୍କୁ ଡେଟ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଶିବାଙ୍ଗୀ ଏବଂ କୁଶାଲ ଧାରବାହିକ ‘ବରସାତେଁ- ମୌସମ୍ ପ୍ୟାର୍ କା’ରେ ଅଭିନୟ କରିଥିଲେ। ଦୁହେଁ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିବା ବେଳେ ଦୁହିଁଙ୍କ କେମେଷ୍ଟ୍ରି ଦର୍ଶକଙ୍କୁ ପସନ୍ଦ ଆସିଥିଲା। ଏବେ ଖବର ଆସିଛି ଯେ, ଅଭିନୟ କରୁ କରୁ ଦୁହେଁ ସତରେ ପରସ୍ପରର ପ୍ରେମରେ ପଡ଼ିଛନ୍ତି। ଏମିତି କି ଦୁହେଁ ବିବାହ କରିବା ଉପରେ ବିଚାର କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଜାତୀୟ ଗଣମାଧ୍ୟମ ନ୍ୟୁଜ୍ ୧୮ ଅନୁଯାୟୀ, କୁଶାଲ-ଶିବାଙ୍ଗୀ ପରସ୍ପରକୁ ଭଲ ପାଉଛନ୍ତି। ଉଭୟ ନିଜ ସମ୍ପର୍କକୁ ନେଇ ବହୁତ ଗମ୍ଭୀର ଥିବା ସହ ସମ୍ପର୍କକୁ ଆଗକୁ ନେବାକୁ ଚିନ୍ତା କରୁଛନ୍ତି। ଉଭୟେ ଏହି ସମ୍ପର୍କ ବିଷୟରେ ଖୋଲାଖୋଲି ଭାବରେ ପ୍ରତିକ୍ରିୟା ରଖିନାହାନ୍ତି କାରଣ ସେମାନେ ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହାଁନ୍ତି। ଠିକ୍ ସମୟ ଆସିଲେ ସେମାନେ ନିଜ ସମ୍ପର୍କ ବିଷୟରେ ଘୋଷଣା କରିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର