ନମାଜ ପଢ଼ୁଥିବା ବେଳେ ଉଡ଼ିଗଲା ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗାଜିଆବାଦର ମୁରାଦନଗର ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ନମାଜ ପଢ଼ୁପଢ଼ୁ ସେନାରୁ ଅବସର ନେଇଥିବା ଜଣେ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ନାମ ହାଜି ହନିଫ(୮୦) ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ହାଜି ହନିଫ ଆଦର୍ଶ କଲୋନିରେ  ପରିବାର ସହିତ ବସବାସ କରନ୍ତି। ସବୁଦିନ ପରି ଆଜି ବି ସେ ନିକଟସ୍ଥ ମସଜିଦକୁ ନମାଜ ପଢ଼ିବା ପାଇଁ ଯାଇଥିଲେ। ନମାଜ ପଢ଼ୁଥିବା ବେଳେ ହଠାତ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଆଉ ସେ ତଳେ ପଡ଼ିଯ‌ାଇଥିଲେ।

ଏହାପରେ ହାଜିଙ୍କୁ ମସଜିଦରେ ଉପସ୍ଥିତ ଥିବା ଅନ୍ୟଲୋକମାନେ ଉଦ୍ଧାର କରି ଡାକ୍ତରଖାନା ନେଇଯାଇଥିଲେ ହେଁ ‌ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଜିଙ୍କ ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ହାଜିଙ୍କ ହଠାତ ଏଭଳି ମୃତ୍ୟୁକୁ ନେଇ ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ହାଜିଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ତେବେ ଏଭଳି ମୃତ୍ୟୁ ଘଟଣା କିଛିଦିନ ‌ହେବ ବୃଦ୍ଧି ପାଇବାରେ ଲାଗିଛି। କିଏ ଜିମରେ ୱାର୍କଆଉଟ କରୁଥିବା ବେଳେ ହେଉ ଅବା କିଏ ଗାଡ଼ି ଚଲାଉଥିବା ବେଳେ ହେଉ କି କିଏ ଦୋକାନ ସାମ୍ନାରେ ଛିଡ଼ା ହୋଇଥିବା ବେଳେ ପ୍ରାଣବାୟୁ ଉଡ଼ି ଯାଉଥିବ‌ା ଘଟଣା ସାମ୍ନାକୁ କ୍ରମାଗତ ଭାବେ ଆସିବାରେ ଲାଗିଛି।

ସମ୍ବନ୍ଧିତ ଖବର