ବିଜୟ ଲାଭ ପାଇଁ ଆବଶ୍ୟକ ନୁହଁ ଚାକଚକ୍ୟ ପ୍ରଚାର; ଏକମାତ୍ର ଆବଶ୍ୟକ ନେତାଙ୍କ ଭାବମୂର୍ତ୍ତି, ପ୍ରମାଣ କରି ଦେଖାଇଲେ ପ୍ରତାପ ଷଡଙ୍ଗୀ

ଖୋଲା ଅଟୋରେ ପ୍ରଚାର କରି, ବାଜିମାତ୍‌ କଲେ ୨ ବିରୋଧୀ କୋଟିପତିଙ୍କୁ

ଭୁବନେଶ୍ୱର: ଓଡ଼ିଶାରେ ରାଜନେତା ନୁହଁ; ବରଂ ଜଣେ ଜନନେତା ଭାବରେ ନିଜର ପ୍ରତିଷ୍ଠା ଓ ସମ୍ମାନ ଅର୍ଜନ କରିଥିବା ବିଜେପିର ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ ପୁଣି ଥରେ ତାଙ୍କ ନିଜସ୍ୱ ‘ଅନ୍ଦାଜ’ ଓ ନିଜସ୍ୱ ‘ଷ୍ଟାଇଲ୍‌’ରେ ସଦ୍ୟ ସମାପ୍ତ ନିର୍ବାଚନରେ  ନିର୍ବାଚନ ପ୍ରଚାର କରି କେବଳ ଓଡ଼ିଶା କାହିଁକି ସମଗ୍ର ଦେଶରେ ଏକ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି।

ସଦ୍ୟ ସମାପ୍ତ ବ୍ୟୟ ବହୁଳ ୨୦୧୯ ନିର୍ବାଚନରେ ଯେତେବେଳେ ଦାମୀ ଗାଡ଼ି ସହ ଲୋକ ବଳ ଓ ଧନ ବଳ ନେଇ ଲୋକଙ୍କ ପାଖକୁ ନେତାମାନେ ନିର୍ବାଚନ ପ୍ରଚାର କରିବାକୁ ଯାଉଥିଲେ ସେତେବେଳେ ବିଜେପି ବାଲେଶ୍ୱର ସଂସଦୀୟ ଆସନରୁ ବିଜେପିର ଦଳୀୟ ଟିକେଟ୍‌ ପାଇଥିବା ଶ୍ରୀ ଷଡଙ୍ଗୀ, ଦାମୀ ଗାଡ଼ିରେ ଲୋକଙ୍କ ପାଖକୁ ନ ଯାଇ ଖଣ୍ଡେ ଖୋଲା ଅଟୋ ଧରି ପ୍ରଚାର କରିଥିଲେ | ଗାଁରେ ସଭିଏଁ ତାଙ୍କୁ ନନା ବୋଲି ଡାକନ୍ତି | ସେ ମଧ୍ୟ ସମସ୍ତଙ୍କୁ ବେଶ ଆଦର କରନ୍ତି | ସାଇକେଲରେ  ଗାଁ ବୁଲି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଏହି ନେତା ନିଜକୁ ସାବ୍ୟସ୍ତ କରିଛନ୍ତି | ଆରଏସଏସ ସହ ମୂଳରୁ ଜଡିତ ଥିବା ୬୪ ବର୍ଷୀୟ ଶ୍ରୀ ଷଡଙ୍ଗୀଙ୍କ ଲୋକପ୍ରିୟତା ଆଗରେ ଫିକା ପଡିଛି ଦାମୀ ଗାଡ଼ି ଓ ହେଲିକପ୍ଟରରେ ତାଙ୍କ ବିରୋଧରେ ପ୍ରଚାର ମୈଦାନକୁ ଓହ୍ଲାଇଥିବା ଦୁଇ ବିରୋଧୀ କୋଟିପତି ନେତାଙ୍କ ପ୍ରଭାବ |

Navbharat Times

ମୋଦିଙ୍କ ଭୁବନେଶ୍ୱର ଗସ୍ତ ସମୟରେ ଖୋଦ ମୋଦି ତାଙ୍କୁ କହିଥିଲେ ‘ଆପ ହମାରା ସବସେ ପୁରାନା ଔର ସୁଦୃଢ଼ ସୈନିକ ହୈ’ | ଅର୍ଥାତ ‘ଆପଣ ହେଉଛନ୍ତି ଆମର ସବୁଠାରୁ ପୁରୁଣା ଓ ସୁଦୃଢ ସୈନିକ’ | କୁହାଯାଏ ରାଜ୍ୟ ବିଜେପିର ଅନ୍ୟ ମଙ୍ଗୁଆଳଙ୍କ ବ୍ୟତିରକେ ପ୍ରତାପଙ୍କ ସହ ମୋଦିଙ୍କର କୁଆଡେ ଭଲ ସମ୍ପର୍କ | ଭୁବନେଶ୍ୱରରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସମୟରେ ବିମାନବନ୍ଦରରେ ମୋଦି ଏକଥା କହିଥିବା ବେଳେ ଖୋର୍ଦ୍ଧାରେ ନିର୍ବାଚନୀ ସଭାରେ ବି ଏ କଥାକୁ ପୁଣି ହୋଦରାଇଥିଲେ। ଏବେ ଚର୍ଚ୍ଚା ହେଉଛି ଯେ ଯଦି ମୋଦିଙ୍କର ଏତେ ଖାସ ତେବେ ମନ୍ତ୍ରୀପଦଟିଏ ମିଳିବ କି ?

ସମ୍ବନ୍ଧିତ ଖବର