ଶବ ସଂସ୍କାର କରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ୨ ମୃତ ୧୫ ଆହତ

ବଲାଣି: ଶବ ସଂସ୍କାର କରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ଶୁକ୍ରବାର ସନ୍ଧ୍ୟାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସନ୍ଧ୍ୟା ସାଢ଼େ ୬ଟାରେ ଘଟିଥିବା ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ମୃତକମାନେ ହେଲେ ଅର୍ଜୁନ କାରୁଆ (୩୦) ଓ ସୁରଜିତ ସିଂହ।

ସୂଚନା ଅନୁସାରେ କେନ୍ଦୁଝର ଜିଲ୍ଲାର ବଲାଣି ବେସ କ୍ୟାମ୍ପ ନିକଟରେ ଶବ ସଂସ୍କାର କରି ଘରକୁ ଫେରୁଥିବା ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲା ଅନ୍ତର୍ଗତ କିରିବୁରୁ ମୁର୍ଗାପଡା ଅଞ୍ଚଳର କ୍ରାନ୍ତି କାରୁଆଙ୍କ ଶବ ସଂସ୍କାର କରି କିଛି ଲୋକ ଶବ ଶବ ସଂସ୍କାର କରି ଘରକୁ ଫେରୁଥିବା ବେଳେ ସେମାନଙ୍କର ଗାଡ଼ି ଓଲଟି ପଡ଼ିଥିଲା।

ଦୁର୍ଘଟଣା ଯୋଗୁଁ ୨ ଜଣ ଲୋକ ଚାପି ହୋଇଯାଇଥିଲେ ଓ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ବଡ଼ବିଲ୍‌ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ କିରିବୁର ମେଡିକାଲରେ ୨ ଜଣଙ୍କୁ ଭର୍ତ୍ତି କରାଯାଇଛି। ତିନି ଜଣଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର