୫ ଦିନିଆ ପୂର୍ବ ଏସିଆ ଗସ୍ତରେ ରାଜନାଥ

ଟୋକିଓ: କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବେ ୫ ଦିନିଆ ପୂର୍ବ ଏସିଆ ଗସ୍ତରେ ଅଛନ୍ତି। ଗସ୍ତର ପ୍ରଥମ ଦିନରେ ରାଜନାଥ ଜାପାନରେ ପହଞ୍ଚିଛନ୍ତି। ଜାପାନକୁ ରାଜନାଥଙ୍କର ଏହା ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଗସ୍ତ। ରାଜନାଥ ଆଜି ତାଙ୍କ ପ୍ରତିପକ୍ଷ ତାକେଶୀଙ୍କ ସହ ବାର୍ଷିକ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଆଲୋଚନାରେ ଭାଗ ନେଇଥିଲେ। ଭାରତ ଏବଂ ଜାପାନ ମଧ୍ୟରେ ପ୍ରତିରକ୍ଷା ଏବଂ ରଣନୀତିକ ସମ୍ପର୍କ ଅଧିକ ସୁଦୃଢ଼ କରିବାପାଇଁ ଆଲୋଚନା ହୋଇଛି। ରାଜନାଥ ମଧ୍ୟ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ସାକ୍ଷାତ କରି ଆଜି କଥା ହୋଇଛନ୍ତି। ଜାପାନରେ ପହଞ୍ଚିବାପରେ ରାଜନାଥ ଏକ ଟ୍ବିଟ୍‌ ମାଧ୍ୟମରେ କହିଛନ୍ତି ‌ଯେ ଭାରତ ଏବଂ ଜାପାନ ଏକ ଗୁରୁତ୍ବପୂର୍ଣ୍ଣ ସ୍ବତନ୍ତ୍ର, ରଣନୀତିକ, ଏବଂ ବୈଶ୍ବିକ ସମ୍ପର୍କରେ ଅଛନ୍ତି।

ସମ୍ବନ୍ଧିତ ଖବର