ବେଆଇନ୍ ଭାବେ ଲଗାଯାଇଥିବା ବ୍ୟାନର ଉପରେ ଖସି ପଡ଼ିବାରୁ ମୃତ୍ୟୁବରଣ କଲେ ଇଞ୍ଜିନିୟରିଂ ଛାତ୍ରୀ
ନୂଆଦିଲ୍ଲୀ : ଚେନ୍ନାଇରେ ରହୁଥିବା ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କର ଦୁଃଖଦାୟକ ମୃତ୍ୟୁ ଘଟିଛି । ୨୩ବର୍ଷୀୟ ଶୁଭଶ୍ରୀ ନିଜର ସ୍କୁଟି ନେଇ ଯାଉଥିବା ବେଳେ ତାଙ୍କ ଉପରେ ରାସ୍ତା କଡ଼ରେ ଲାଗିଥିବା ଏକ ବ୍ୟାନର ଖସି ପଡ଼ିଥିଲା । ଯାହାଦ୍ୱାରା ସେ ନିୟନ୍ତ୍ରଣ ହରାଇ ତଳେ ପଡ଼ିଯିବା ପରେ ତାଙ୍କ ଉପରେ ପଛପଟୁ ଆସୁଥିବା ଏକ ପାଣି ଟ୍ୟାଙ୍କର ଚଢ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ରାସ୍ତାରେ ଲାଗିଥିବା ସିସିଟିଭରେ ପୂରା ଘଟଣା କଏଦ୍ ହୋଇଥିବା ବେଳେ ଏବେ ତାହା ଭାଇରାଲ ହୋଇଛି । ଏହି ଘଟଣାକୁ ନେଇ ଟ୍ୟାଙ୍କର ଚାଳକଙ୍କୁ ଅଟକ ରଖିଛି ପୁଲିସ ।
Sambad is now on WhatsApp
Join and get latest news updates delivered to you via WhatsApp
ଭାଇରାଲ ଭିଡିଓରେ, ରାସ୍ତାରେ ଲୋକେ ଯିବା ଆସିବା କରୁଥିବା ଦେଖାଯାଉଛି । ଏହି ସମୟରେ ସେଇ ବାଟ ଦେଇ ଶୁଭଶ୍ରୀ ନିଜର ଲାଲ ରଙ୍ଗର ସ୍କୁଟି ଧରି ଯାଉଥିବା ବେଳେ ରାସ୍ତା କଡ଼ର ଲାଗିଥିବା ବେଆଇନ୍ ବ୍ୟାନର ଉଡ଼ି ଆସି ତାଙ୍କ ମୁହଁରେ ପଡ଼ି ଯାଉଛି । ବ୍ୟାନର ପାଇଁ ଶୁଭଶ୍ରୀ ଗାଡ଼ି ଉପରୁ ନିଜର ନିୟନ୍ତ୍ରଣ ହରାଇ ତଳେ ପଡ଼ି ଯାଉଛନ୍ତି । ପଛପଟୁ ଆସୁଥିବା ପାଣି ଟ୍ୟାଙ୍କର ତାଙ୍କ ଉପରେ ଚଢ଼ିଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟୁଛି । ଦୁର୍ଘଟଣା ସମୟରେ ଶୁଭଶ୍ରୀ ହେଲ୍ମେଟ୍ ପିନ୍ଧି ନଥିଲେ ବୋଲି କହିଛି ପୁଲିସ ।