କେବଳ ହିନ୍ଦୀ ଭାଷାରେ ଭାରତକୁ ଏକତ୍ର କରି ରଖିବାର କ୍ଷମତା ରହିଛି; ଅମିତ ଶାହାଙ୍କ ଏଭଳି ବୟାନକୁ ବିରୋଧ କଲେ ଡିଏମ୍କେ ମୁଖ୍ୟ
ନୂଆଦିଲ୍ଲୀ : ଆଜି ସାରା ଭାରତରେ ହିନ୍ଦୀ ଦିବସ ପାଳନ କରାଯାଉଥିବା ବେଳେ ଅନେକ ବଡ଼ ବଡ଼ ନେତା ଏ ନେଇ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । କିନ୍ତୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କରିଥିବା ଟୁଇଟ୍କୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଡିଏମ୍କେ ମୁଖ୍ୟ ଏମ୍.କେ ଷ୍ଟଲିନ୍ ଶାହାଙ୍କୁ ବିରୋଧ କରିବା ସହ ସେ ତାଙ୍କ ବୟାନ ଫେରାଇ ନିଅନ୍ତୁ ବୋଲି କହିଛନ୍ତି । ସୂଚନା ମୁତାବକ, ହିନ୍ଦୀ ଭାଷାରେ ଦେଶକୁ ଏକାଠି ବାନ୍ଧି ରଖିବାର କ୍ଷମତା ରହିଛି । ଦେଶରେ ଗୋଟିଏ ଭାଷା ରହିବା ଦରକାର, ଯାହା ସାରା ବିଶ୍ୱରେ ଭାରତର ପ୍ରତିନିଧିତ୍ୱ କରିବ । ହିନ୍ଦୀ ଭାରତରେ ଅଧିକାଂଶ ରାଜ୍ୟର ଲୋକ କହୁଥିବା ବେଳେ ଏହା ଭାରତକୁ ଏକତ୍ର କରି ରଖି ପାରିବ । ହିନ୍ଦୀକୁ ପ୍ରାଥମିକ ଭାଷା କରାଯାଇ ପାରିବ ବୋଲି ହିନ୍ଦୀ ଦିବସର ଶୁଭେଚ୍ଛା ଦେଇ କହିଥିଲେ ଶାହା ।
Sambad is now on WhatsApp
Join and get latest news updates delivered to you via WhatsApp
भारत विभिन्न भाषाओं का देश है और हर भाषा का अपना महत्व है परन्तु पूरे देश की एक भाषा होना अत्यंत आवश्यक है जो विश्व में भारत की पहचान बने। आज देश को एकता की डोर में बाँधने का काम अगर कोई एक भाषा कर सकती है तो वो सर्वाधिक बोले जाने वाली हिंदी भाषा ही है। pic.twitter.com/hrk1ktpDCn
— Amit Shah (@AmitShah) September 14, 2019
ତେବେ ଶାହାଙ୍କ ଏଭଳି ବୟାନକୁ ବିରୋଧ କରିଛନ୍ତି ଡିଏମ୍କେ ମୁଖ୍ୟ ଏମ୍.କେ.ଷ୍ଟଲିନ୍ । ତାଙ୍କ କହିବା ଅନୁଯାୟୀ, ଆମକୁ ହିନ୍ଦୀ ଭାଷା କହିବାକୁ ବାଧ୍ୟ କରାଯାଉଥିବାରୁ ଆମେ ଏହାର ବିରୋଧ କରି ଆସିଛୁ । ଆଜି ଶାହା ଯେଉଁ ବୟାନ ଦେଇଛନ୍ତି, ତାହା ଆମକୁ ଶକ୍ତ ଝଟକା ଦେଇଛି । ତାଙ୍କର ଏଭଳି ବୟାନ ଦେଶର ଏକତାକୁ ପ୍ରଭାବିତ କରିବ । ଆମେ ଚାହୁଁଛୁ କି ସେ ତାଙ୍କ ବୟାନ ଫେରାଇ ନିଅନ୍ତୁ । ଆସନ୍ତାକାଲି ଆମ କାର୍ଯ୍ୟକାରୀ ଦଳର ଏକ ବୈଠକ କରାଯିବ, ଯେଉଁଠି ଏ ବିଷୟରେ ଆଲୋଚନା କରାଯିବ ।