ସୋନି ରଜଦାନ୍କୁ ନେଇ ବଡ଼ ଖୁଲାସା କଲେ ପୂଜା ଭଟ୍ଟ : ବାପାଙ୍କୁ ଆମଠାରୁ ଛଡ଼ାଇ ନେଇଥିବାରୁ ମୁଁ ତାଙ୍କୁ ଘୃଣା କରୁଥିଲି
ମୁମ୍ବାଇ : ନିଜ ମନର କଥାକୁ ଖୋଲାଖୋଲି ଭାବରେ କହିବାରେ ବିଶ୍ୱାସ ରଖନ୍ତି ଅଭିନେତ୍ରୀ ତଥା ପ୍ରଯୋଜିକା ପୂଜା ଭଟ୍ଟ । ନିଜ ବାପା ମହେଶ ଭଟ୍ଟଙ୍କ ଭଳି ସେ ଗୋଟେ ସମୟରେ ବଲିଉଡ୍ରେ ରାଜ୍ କରୁଥିବା ବେଳେ ଏବେ ତାଙ୍କ ଭଉଣୀ ଆଲିଆ ବଲିଉଡ୍ରେ ରାଜ୍ କରିବା ଆରମ୍ଭ କରିଛନ୍ତି । ଆଲିଆ ପୂଜାଙ୍କ ସାବତ ମା’ଙ୍କ ଝିଅ ହୋଇଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ନିବିଡ଼ ସଂପର୍କ ରହିଛି । ତେବେ ପ୍ରଥମେ ସବୁ ପରିବାର ଭଳି ପୂଜା ମଧ୍ୟ ନିଜ ସାବତ ମା’ ବା ତାଙ୍କ ମହେଶଙ୍କ ଦ୍ୱିତୀୟ ସ୍ତ୍ରୀ ସୋନି ରଜ୍ଦାନଙ୍କୁ ସହଜରେ ଗ୍ରହଣ କରି ନଥିଲେ । ଏବେ ଦୁହେଁ ଭଲ ବନ୍ଧୁ ହୋଇ ସାରିଥିଲେ ମଧ୍ୟ ପ୍ରଥମେ ସୋନିଙ୍କ ନାଁ ଶୁଣି ରାଗି ଯାଉଥିଲେ ପୂଜା ।
Sambad is now on WhatsApp
Join and get latest news updates delivered to you via WhatsApp
ଷ୍ଟାରଡଷ୍ଟ ମାଗାଜିନ୍କୁ ସାକ୍ଷାତକାର ଦେଇ ପୂଜା କହିଛନ୍ତି, ପ୍ରଥମେ ମୋ ବାପା ଅନ୍ୟ ମହିଳାଙ୍କ ପାଇଁ ମୋ ମା’ଙ୍କୁ ଛାଡ଼ିଥିବାରୁ ମୁଁ ରାଗୁଥଲି । ମୋ ବାପାଙ୍କୁ ମୋଠାରୁ ଛଡ଼ାଇଥିବାରୁ ସୋନିଙ୍କ ଉପରେ ମୋର ବିରକ୍ତି ଭାବ ରହିଥିଲା । ସୋନିଙ୍କ ନାଁ ଶୁଣିବା ମାତ୍ରେ ମୋ ଦେହରେ କ୍ରୋଧର ନିଆଁ ଲାଗି ଯାଉଥିଲା । କିନ୍ତୁ ପରେ ମୋ ମା’ ମୋତେ ବୁଝାଇବା ସହ ଜିନିଷକୁ କେମିତି ଗ୍ରହଣ କରିବା ଦରକାର ତାହା ଶିଖାଇଥିଲେ । ଧିରେ ଧିରେ ମୁଁ ସୋନିଙ୍କ ସହ କଥା ହେବା ଆରମ୍ଭ କରିଥିଲି । ଏବେ ଆମେ ଦୁହେଁ ଭଲ ବନ୍ଧୁ ହେବା ସହ ସବୁ କିଛି ସେୟାର କରୁଛୁ ।