କଜଳ ଓ ଲିପଷ୍ଟିକରେ ବ୍ୟବହାର ହେଉଛି ଏହି ୪ଟି ହାନିକାରକ କେମିକାଲ !

ସୁନ୍ଦର ଦିଶିବା ପାଇଁ ମହିଳାମାନେ ଆଖିରେ କଜଳ ଓ ଓଠରେ ଲିପଷ୍ଟିକ ବ୍ୟବହାର କରିଥାନ୍ତି | କିନ୍ତୁ ଆପଣ ଜାଣିଛନ୍ତି କି ଏହି ସବୁ ପ୍ରସାଧନ ସାମଗ୍ରୀରେ କେଉଁ ସବୁ ରାସାୟନିକ ପଦାର୍ଥ(କେମିକାଲ) ବ୍ୟବହାର କରାଯାଇଥାଏ ? ଏଥିରେ ବ୍ୟବହାର ହେଉଥିବା କେମିକାଲ ଆମ ଶରୀର ପାଇଁ ହାନିକାରକ ହୋଇଥାଏ | କଜଳ ଓ ଲିପଷ୍ଟିକରେ ସର୍ବାଧିକ ବ୍ୟବହାର ହେଉଥିବା ୪ଟି କେମିକାଲ ବାବଦରେ ଜାଣନ୍ତୁ |
ବେଞ୍ଜକ୍ଳନିୟମ କ୍ଲୋରାଇଡ
ଏହି କେମିକାଲର ବ୍ୟବହାର ଆଖିର କଜଳରେ ସର୍ବାଧିକ ବ୍ୟବହାର ହୋଇଥାଏ | ଏହି କେମିକାଲ ଦ୍ୱାରା ଆଖିର ରେଟିନା ଉପରେ କୁପ୍ରଭାବ ପଡିଥାଏ | ଆଖିରେ ଥିବା ଏପିଥୋଲିଆଲ କୋଷ ଉପରେ ଏହି କେମିକାଲର ସର୍ବାଧିକ ପ୍ରଭାବ ପଡିଥାଏ | ଏହି କୋଷ ଆଖିରେ ଥିବା କର୍ଣ୍ଣିଆକୁ ଧୂଳି, ବ୍ୟାକ୍ଟେରିଆରୁ ସୁରକ୍ଷା ଦେଇଥାଏ |
ସୋଡିୟମ ଲରେଥ ସଲଫେଟ
ଆମ ତ୍ୱଚାରେ ଯାହା ବି କ୍ରିମ ଲଗାଇଥାଉ ସେଥିରୁ ୬୦ ପ୍ରତିଶତ ଚର୍ମ ଶୋଷିନେଇଥାଏ | ଏହା ପରେ କେମିକାଲଗୁଡିକ ରକ୍ତକଣିକା ପର୍ଯ୍ୟନ୍ତ ପହଁଚିଯାଇଥାଏ | ସୋଡିୟମ ଲରେଥ ସଲଫେଟର ବ୍ୟବହାର ଟୁଥପେଷ୍ଟ, ସାମ୍ପୁ ଓ ମୁହଁରେ ଲଗାଉଥିବା କ୍ରିମରେ ବ୍ୟବହାର କରାଯାଇଥାଏ | ଏହି କେମିକାଲର ବହୁଳ ବ୍ୟବହାର ଯୋଗୁଁ ମୁହଁରେ ଜଳାପୋଡ଼ା ହୋଇଥାଏ |

ଥଲେଟ
ଘର ନିର୍ମାଣ ଓ କୀଟନାଶକରେ ବ୍ୟବହାର ହେଉଥିବା ଥଲେଟ କେମିକାଲର ବ୍ୟବହାର ପ୍ରସାଧନ ସାମଗ୍ରୀରେ ବ୍ୟାପକ ଭାବେ ହେଉଥିବାର ସାମ୍ନାକୁ ଆସିଛି | ନେଲପଲିସ ଓ ହେୟାର ସ୍ପ୍ରେରେ ଏହି କେମିକାଲକୁ ବ୍ୟବହାର କରିବା ଦ୍ୱାରା ନେଲପଲିସ ଶୀଘ୍ର ଶୁଖି ନଥାଏ | ଏହି କେମିକାଲ ଦ୍ୱାରା ଶ୍ୱାସ ଓ ଟାଇପ ୨ ଡାଇବେଟିସ ହେବାର ଆଶଙ୍କା ଥାଏ |

ସୀସା (ଲିଡ଼)
ସୀସାର ବ୍ୟବହାର ସିଧାସଳଖ ଲିପଷ୍ଟିକରେ ବ୍ୟବହାର ହୋଇନଥାଏ | ନାଲି, କମଳା ଓ ମାଟିଆ ରଙ୍ଗର ଲିପଷ୍ଟିକ ପାଇଁ ସିନ୍ଥେଟିକ ଆଇରନ ଅକ୍ସାଇଡର ବ୍ୟବହାର ହୋଇଥାଏ | ଏହି କେମିକାଲ ଦ୍ୱାରା ସୀସା ଆପଣ ବ୍ୟବହାର କରୁଥିବା ପ୍ରଡକ୍ଟରେ ଆସିଯାଇଥାଏ | ପ୍ରତିଦିନ ଲିପଷ୍ଟିକ ବ୍ୟବହାର କରିବା ଦ୍ୱାରା ସୀସା ଆମ ଶରୀର ଭିତରକୁ ଆସିଯାଇଥାଏ |

ସମ୍ବନ୍ଧିତ ଖବର