ଚାକିରି ଓ ଭାଇର ସ୍କୁଲ ଫି ଛାଡ଼ ଲୋଭ ଦେଖାଇ ଯୁବତୀଙ୍କୁ ଘରୋଇ ସ୍କୁଲର ଶିକ୍ଷକଙ୍କ ଦୁଷ୍କର୍ମ

ରାଉରକେଲା: ବନ୍ଧମୁଣ୍ଡା ଅନ୍ତର୍ଗତ ଶୀତଲନଗର ଅଞ୍ଚଳର ଜଣେ ଯୁବତୀ ସ୍ଥାନୀୟ ଏକ ହିନ୍ଦି ମାଧ୍ୟମ ସ୍କୁଲର ମାଲିକ ତଥା ଶିକ୍ଷକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ବନ୍ଧମୁଣ୍ଡା ସେକ୍ଟର-୧ସ୍ଥିତ ସ୍କୁଲରେ ସାନ ଭାଇର ୬ ମାସର ବକେୟା ଟ୍ୟୁସନ ଫି ଛାଡ଼ କରିବା ଏବଂ ବିଦ୍ୟାଳୟରେ ଚାକିରି ଦେବା ଆଳ ଦେଖାଇ ଶିକ୍ଷକ ଜଣକ ଯୁବତୀଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିବା ଏସ୍‌ପି କେ. ଶିବା ସୁବ୍ରମଣିଙ୍କ ଦୃଷ୍ଟି ଆକର୍ଷଣ ହୋଇଛି।

ଯୁବତୀଙ୍କ ଅଭିଯୋଗ ଅନୁସାରେ ୬ ମାସ ତଳେ ସ୍ଥାନୀୟ ଅଞ୍ଚଳର ଏକ ସ୍କୁଲରେ ପଢୁଥିବା ସାନ ଭାଇର ବକେୟା ସ୍କୁଲ ଫି ପୈଠ କରିବା ପାଇଁ ଏକ ନୋଟସି ଆସିଥିଲା। କାରଣ ଘରର ଆର୍ଥିକ ସ୍ଥିତି ଖରାପ ଥିବାରୁ ସ୍କୁଲ ଫି ବାକି ଥିଲା। ତେଣୁ ଅଭିଭାବକ ଭାବେ ଏବାବଦରେ ବୁଝିବା ପାଇଁ ଯୁବତୀ ଜଣକ ସଂପୃକ୍ତ ସ୍କୁଲକୁ ଯାଇଥିଲେ। ସେହି ସମୟରେ ସ୍କୁଲର ମାଲିକ ତଥା ଯୁବତୀଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ପ୍ରଥମେ ଦୁଷ୍କର୍ମ କରିଥିଲେ। ଏବାବଦରେ କାହାରିକୁ ନ କହିବାକୁ ଚେତାବନୀ ଦେଇଥିଲେ। ସେହିପରି ଯୁବତୀଙ୍କୁ ନିଜ ବିଦ୍ୟାଳୟରେ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଶିକ୍ଷକ। କିନ୍ତୁ ଦୀର୍ଘ ୬ ମାସ ପରେ ଯୁବତୀଙ୍କୁ ସ୍କୁଲରେ ଚାକରି ମିଳି ନଥିଲା। ବରଂ ଅଭିଯୁକ୍ତ ଶିକ୍ଷକ ଯୁବତୀଙ୍କୁ ହତ୍ୟା ଧମକ ଦେଇ ଆସୁଥିଲେ।

Newsweek

ଯୁବତୀ ଜଣକ ଭୟଭୀତ ହୋଇ ଏସ୍‌ପିଙ୍କ ଦ୍ୱାରସ୍ଥ ହେବା ପରେ ବନ୍ଧମୁଣ୍ଡା ପୁଲିସ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଯୁବତୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ପରୀକ୍ଷା କରାଯାଇଛି। ସୂଚନାଯୋଗ୍ୟ, ଅଭିଯୁକ୍ତ ଶିକ୍ଷକଙ୍କ ବିଶ୍ରାରେ ଏକ ଇଂରାଜୀ ମାଧ୍ୟମ ସ୍କୁଲ ମଧ୍ୟ ରହିଛି। ଶିକ୍ଷକ ଜଣେ ରାଜନୈତିକ ଦଳର ନେତା ବୋଲି ମଧ୍ୟ କୁହାଯାଉଛି।

ସମ୍ବନ୍ଧିତ ଖବର