ଖୁବ୍ଶୀଘ୍ର ସମ୍ରେ କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ
ଭୁବନେଶ୍ବର: ଆଇସିଏମ୍ଆର ଓ ଭାରତ ବାଇଓଟେକ୍ର ମିଳିତ ଉଦ୍ୟମରେ କୋଭିଡ-୧୯ ପାଇଁ ପ୍ରସ୍ତୁତ ଟିକାର ମାନବ ପରୀକ୍ଷଣ ଖୁବଶୀଘ୍ର ସମ୍ ହସ୍ପିଟାଲରେ ଆରମ୍ଭ ହେବ। ଏଥିପାଇଁ କେନ୍ଦ୍ରୀୟ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ୍ ପକ୍ଷରୁ ସ୍ବୀକୃତି ମଳିଛି। ଏହି ପ୍ରକ୍ରିୟାରେ ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀଙ୍କ ଶରୀରରେ ନୂତନ ଟିକାର ପରୀକ୍ଷଣ କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଦେଶର ୨୧ଟି ସ୍ବାସ୍ଥ୍ୟାନୁଷ୍ଠାନକୁ ଆଇସିଏମ୍ଆର ପକ୍ଷରୁ ଚୟନ କରାଯାଇଛି। ତହିଁରେ ରାଜ୍ୟର ଏକମାତ୍ର ସ୍ବାସ୍ଥ୍ୟାନୁଷ୍ଠାନ ଭାବେ ଆଇଏମ୍ଏସ ଏଣ୍ଡ ସମ୍ ହସ୍ପିଟାଲକୁ ମନୋନୀତ କରାଯାଇଛି। ସମ୍ ହସ୍ପିଟାଲର ପ୍ରିଭେଣ୍ଟିଜ୍ ଏଣ୍ଡ ଥେରାପିଓଟିକ୍ କ୍ଲିନିକାଲ ୟୁନିଟ୍ର ମୁଖ୍ୟ ପ୍ରଫେସର୍ ଡା. ଭେଙ୍କଟରାଓଙ୍କ କହିବା କଥା, ତୃତୀୟ ପର୍ଯ୍ୟାୟରେ ବୟସ ସୀମା, ଯୋଗ୍ୟତା ଓ ସ୍କ୍ରିନିଂ ପ୍ରକ୍ରିୟାକୁ କୋହଳ କରାଯିବ। ସୁସ୍ଥ ସ୍ବେଚ୍ଛାସେବୀମାନେ ଏହି ପର୍ଯ୍ୟାୟ ପାଇଁ ଚୟନ କରାଯାଇ ପାରିବ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀମାନଙ୍କ ଶରୀରରେ ଏହି ଟିକା ପ୍ରୟୋଗ କରାଯିବାର ଯୋଜନା ରହିଛି। ଟିକା ପ୍ରୟୋଗ କରାଯାଇଥିବା ସ୍ବେଚ୍ଛାସେବୀଙ୍କଠାରେ କୋଭାକ୍ସିନ୍ ଟିକା ପ୍ରଭାବ ସଂପର୍କରେ ଅନୁଧ୍ୟାନ କରାଯିବ। ମାନବ ପରୀକ୍ଷଣ ନେଇ ସ୍ବେଚ୍ଛାସେବୀଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଥିବା ଡା. ରାଓ ଜଣାଇଛନ୍ତି। ଇଚ୍ଛୁକ ସ୍ବେଚ୍ଛାସେବୀମାନେ WWW.ptctU.soa.ac ୱେବସାଇଟ୍ରେ ନିଜର ପଞ୍ଜୀକରଣ କରିପାରିବେ।