ସୋମନାଥ ଖିଲଙ୍କ ଆତ୍ମହତ୍ୟା ଘଟଣା: ୪ ପିଲାଙ୍କୁ ପାଠ ପଢ଼ାଇବା ଦାୟିତ୍ଵ କିସ ନେଲା

କୁନି ଖିଲଙ୍କୁ ଚଳିବା ପାଇଁ ମାସିକ ୨ ହଜାର ଦେବ

ମାଲକାନଗିରି: ଗତକାଲି ମାଲକାନଗିରି ଜିଲ୍ଲାର ଝାଇରପୁଟ ବ୍ଲକର ସପ୍ତଧାରା ଗ୍ରାମର ସୋମନାଥ ଖିଲ ଦାରିଦ୍ର୍ୟର ତାଡନାରେ ଆତ୍ମହତ୍ୟା କରିଥିବା ବେଳେ ୫ ପ୍ରାଣୀକୁ ଅସହାୟ କରି ଚାଲିଗଲେ। ସମ୍ବାଦରେ ଏହି ଖବର ପ୍ରକାଶ ପାଇବା ପରେ କିସ ଓ କିଟ ପକ୍ଷରୁ କୁନି ଖିଲକୁ ଚଳିବା ପାଇଁ ମାସିକ ୨ ହଜାର ଟଙ୍କା ପ୍ରଦାନ କରିବା ସହ ୪ ପିଲାଙ୍କୁ କିସରେ ନାମ ଲେଖାଇ ପାଠ ପଢାଇବେ ବୋଲି ଘୋଷଣା କରାଯାଇଛି।ସାଂସଦ ତଥା କିସ ଓ କିଟର ମାଲିକ ଅଚ୍ୟୁତ ସାମନ୍ତ ଏହି ଅସହାୟ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସ୍କୁଲ ଖୋଲିବା ପରେ ସମସ୍ତ ଶିଶୁଙ୍କୁ କିସ ନିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଆଜି ପ୍ରସାଦ ନାୟକ ନାମକ ଜଣେ ଯୁବକ କୁନି ଖିଲଙ୍କ ନିକଟରେ ପହଂଚି ୨ ହଜାର ଟଙ୍କା ପ୍ରଦାନ କରିଥିଲେ। ସେ କିସ ଦ୍ବାରା ପିଲାଙ୍କୁ ପାଠ ପଢ଼ାଯିବା ନେଇ ଘୋଷଣା କରିଥିଲେ।
ସମ୍ବନ୍ଧିତ ଖବର