ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଶ୍ରୀଲିଙ୍ଗରାଜ ମନ୍ଦିର ରାସ୍ତା କଡ଼ସ୍ଥିତ ଦୋକାନଗୁଡ଼ିକରେ ଏଣିକି ଏକା ରଙ୍ଗର ସାଇନ୍ବୋର୍ଡ ଦେଖିବାକୁ ମିଳିବ। ସବୁ ଦୋକାନୀ ତଥା ବ୍ୟବସାୟିକ ପ୍ରତିଷ୍ଠାନ ଧଳା ଓ ଖଇରିଆ ରଙ୍ଗର ସାଇନ୍ବୋର୍ଡ ଲଗାଇବେ। ସେହିଭଳି ରାସ୍ତା କଡ଼ରେ ଲଗାଯାଉଥିବା ବିଜ୍ଞାପନ ଫଳକ ମଧ୍ୟ ଧଳା ଖଇରିଆ ରଙ୍ଗର ହେବ। କେହି ଏହି ନିୟମ ନ ମାନିଲେ ଜରିମାନା ଦେବାକୁ ବାଧ୍ୟ ହେବ। ଆସନ୍ତାକାଲି ଅର୍ଥାତ ୧୯ ତାରିଖରୁ ଜରିମାନା ଲାଗୁ ହେବ ବୋଲି ଆଜି ବିଡିଏ ଓ ବିଏମ୍ସି ପକ୍ଷରୁ ଘୋଷଣା କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ହେରିଟେଜ୍ ସାଇନ୍ବୋର୍ଡ ଏକା ପ୍ରକାର ରହିବ। ଏକାମ୍ର ଆର୍କିଟେକ୍ଚର ନିୟମ ଅନୁସାରେ ଏଠାରେ ଧଳା ଖଇରିଆ ରଙ୍ଗର ବୋର୍ଡ ଲଗାଯିବ। ଏଭଳି ସାଇନ୍ବୋର୍ଡ ବା ବିଜ୍ଞାପନ ଫଳକ କାର୍ଯ୍ୟକାରୀ ନକଲେ ଫାଇନ୍ ଆଦାୟ କରାଯିବ ବୋଲି ବିଏମ୍ସି କୁହାଯାଇଛି। ଏଥିପାଇଁ ବିଡିଏ ପକ୍ଷରୁ ଆଜି ନୋଟିସ୍ କରାଯାଇଛି। ମାଉସୀ’ମା ଛକରୁ ରଥ ରୋଡ୍ ଦେଇ ବଢ଼େଇବାଙ୍କ ରାସ୍ତା ଓ ମନ୍ଦିର ପର୍ଯ୍ୟନ୍ତ ସବୁ ଦୋକାନ, ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ୍, ବିଜ୍ଞାପନ ସଂସ୍ଥା ଓ ସର୍ବସାଧାରଣଙ୍କୁ ଏହି ନୋଟିସ୍ କରାଯାଇଛି। ଏହି ନିମୟ କାର୍ଯ୍ୟକାରୀ ନକଲେ, ଉକ୍ତ ସଂସ୍ଥାକୁ ସିଲ୍ କରାଯିବ ବୋଲି ବିଏମ୍ସି ପକ୍ଷରୁ ଚେତାଇ ଦିଆଯାଇଛି।
ପୁରୁଣା ଭୁବନେଶ୍ବର: ଜାଗରଯାତ୍ରା ପ୍ରସ୍ତୁତି ପାଇଁ ଅନୁଷ୍ଠିତ ଟ୍ରଷ୍ଟବୋର୍ଡ ବୈଠକରେ ନିଯୋଗ ପ୍ରତିନିଧିମାନେ ଯୋଗ ଦେଇ ନଥିଲେ। ଫଳରେ ମନ୍ଦିର ପ୍ରଶାସନ ପାଇଁ ଏହା ଚିନ୍ତାର ବିଷୟ ହୋଇଥିଲା। ତେଣୁ ଆଜି ନିଯୋଗର ସମ୍ପାଦକମାନଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରିଛି। ଜିଲ୍ଲାପାଳ ତଥା ଟ୍ରଷ୍ଟ ବୋର୍ଡ ସଭାପତି ସନତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସେବାୟତମାନେ ତାଙ୍କ ସମସ୍ୟା ରଖିଥିଲେ। ବେବନ୍ଦୋବସ୍ତ ଜମିଗୁଡ଼ିକ ସେବାୟତଙ୍କ ନାମରୁ କଟି ଲିଙ୍ଗରାଜଙ୍କ ନାମରେ ହୋଇଯାଉଛି। ସେହିପରି ହାଣ୍ଡିଭଙ୍ଗା ଯାତର ସମାଧାନ ବାଟ ଫିଟି ନଥିବା ବେଳେ ଶ୍ରାବଣୀ ପାଉଣା ସମାଧାନ ହୋଇନଥିବା ନେଇ ସେବାୟତମାନେ ଦାବି ଉପସ୍ଥାପନା କରିଥିଲେ। ବେବନ୍ଦୋବସ୍ତ ସମସ୍ୟା ନେଇ ଭୁବନେଶ୍ବର ତହସିଲଦାରଙ୍କ ସହ ଆଲୋଚନା କରାଯିବା ସହ ହାଣ୍ଡିଭଙ୍ଗା ଯାତର ସମାଧାନ ଓ ଶ୍ରାବଣୀ ପାଉଣା ସମାଧାନ ପାଇଁ ଦେବୋତ୍ତର କମିସନରଙ୍କ ସହ ଆଲୋଚନା କରିବେ ବୋଲି ଶ୍ରୀ ମହାନ୍ତି ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ ମନ୍ଦିର କାର୍ଯ୍ୟନୀର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ବ୍ରାହ୍ମଣ ନିଯୋଗର ସମ୍ପାଦକ ବିରଞ୍ଚି ପତି, ବଡ଼ୁ ନିଯୋଗର ସମ୍ପାଦକର ସମ୍ପାଦକ କମଳା ବଡ଼ୁ, ପୂଜାପଣ୍ଡା ନିଯୋଗର ସମ୍ପାଦକ ସଚ୍ଚିକାନ୍ତ ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।