ମୁମ୍ବାଇ: ବଲିଉଡ୍ର ବିବାଦୀୟ ନାୟିକା କଙ୍ଗନା ରାନାଓ୍ୱତ୍ ନିଜ ରାଉଡି ଅନ୍ଦାଜ୍ ପାଇଁ ପୁଣିଥରେ ସାମାଜିକ ଗଣମାଧ୍ୟମରେ ଉପହସିତ ହୋଇଛନ୍ତି। କଙ୍ଗନାଙ୍କ ବାପା ତାଙ୍କୁ ଚାପୁଡ଼ା ମାରିବାକୁ ହାତ ଉଠାଇବା ବେଳେ ସେ କିଭଳି ବାପାଙ୍କୁ ଚାପୁଡ଼ା ମାରିବା ପାଇଁ କହିଥିଲେ, ସେ ବିଷୟରେ ଟ୍ବିଟ୍ କରି ଲେଖିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
My papa he wanted to make me the best doctor in the world, he thought he was being a revolutionary papa by giving me education in best institutions, when I refused to go to school he tried to slap me I held his hand and famously told him “ if you slap me I will slap you back” pic.twitter.com/5nU6x6iQtL
— Kangana Ranaut (@KanganaTeam) February 20, 2021
କଙ୍ଗନାଙ୍କ ଲେଖା ମୁତାବକ, ତାଙ୍କ ବାପା ଚାହୁଥିଲେ କଙ୍ଗନା ଜଣେ ଭଲ ଡାକ୍ତର ହୁଅନ୍ତୁ। ଏଥିପାଇଁ ତାଙ୍କୁ ଏକ ବଡ଼ ସଂସ୍ଥାରେ ନାଁ ଲେଖାଇ ସେଠାରେ ପଢ଼ାଇବାକୁ ଚାହୁଁଥିଲେ। ତେବେ ଯେତେବେଳେ କଙ୍ଗନା ସେଠାକୁ ଯିବାକୁ ମନାକଲେ, ବାପା ମାରିବାକୁ ହାତ ଉଠାଇଲେ। ସେତେବେଳେ କଙ୍ଗନା ବାପାଙ୍କ ହାତ ଧରିବା ସହ, ତାଙ୍କୁ କହିଥିଲେ ଯେ ଯଦି ତାଙ୍କୁ ଚାପୁଡ଼ା ମାରନ୍ତି, ତେବେ ସେ ବି ଚାପୁଡ଼ା ମାରିବେ। ବାପାଙ୍କ ସହ ଘଟିଥିବା ଏଭଳି ବିବାଦୀୟ ଘଟଣା ଟ୍ବିଟର୍ ଲେଖିବା ପରେ ତାଙ୍କୁ ୟୁଜର୍ସମାନେ ଟ୍ରୋଲ୍ କରିବା ସହ ଗୁରୁଜନଙ୍କୁ ବ୍ୟବହାର କରିବା ଆସେ ନାହିଁ ବୋଲି କହିଛନ୍ତି।