ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଜୟ କୋଥିଆଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି ଯେ କର୍ଣ୍ଣେଲ (ଅବସରପ୍ରାପ୍ତ) ଅଜୟ କୋଥିଆଲ ଉତ୍ତରାଖଣ୍ଡରେ ଆପର ମୁଖ୍ୟମନ୍ତ୍ରୀ ଚେହେରା ହେବେ | ୨୦୨୨ରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଆମ ଆଦମୀ ପାର୍ଟି ଏବେଠାରୁ ନିଜକୁ ପ୍ରସ୍ତୁତ କରିଛି | ଆଜି ଅଜୟଙ୍କ ନାମ ଘୋଷଣା କରି କେଜ୍ରିୱାଲ କହିଛନ୍ତି ଯେ କେଦାରନାଥରେ ୨୦୧୩ ମସିହାରେ ହୋଇଥିବା ବିପର୍ଯ୍ୟୟ ପରେ କେଦାରନାଥକୁ ପୁନଃନିର୍ମାଣ କାର୍ଯ୍ୟରେ ତାଙ୍କର(ଅଜୟ) ପ୍ରମୁଖ ଭୂମିକା ରହିଥିଲା |

ସୂଚନା ଥାଉ କି ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ଦଳମାନେ ଏବେ ଲାଗିପଡିଛନ୍ତି । ଆମ୍ ଆଦମୀ ପାର୍ଟି ମଧ୍ୟ ଉତ୍ତରାଖଣ୍ଡରେ ନିର୍ବାଚନ ଲଢ଼ି ଜିତିବାକୁ ପ୍ରୟାସ କରୁଛି | ଏହି କାରଣରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାରମ୍ବାର ଉତ୍ତରାଖଣ୍ଡ ଗସ୍ତ କରୁଛନ୍ତି। ଆଜି କେଜ୍ରିୱାଲ ସକାଳେ ଡେରାଡୁନରେ ପହଞ୍ଚିଥିଲେ, ଆଉ ପରେ ସେ କର୍ମୀମାନଙ୍କୁ ଭେଟିଥିଲେ। ଏହା ପରେ ସେ ଅଜୟ କୋଥିଆଲଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଘୋଷଣା କରିଥିଲେ।

ଏହି ଅବସରରେ ନିର୍ବାଚନରେ ଜିତିଲେ ଉତ୍ତରାଖଣ୍ଡକୁ ଆଧ୍ୟାତ୍ମିକ ରାଜଧାନୀ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ପୂର୍ବ ଗସ୍ତରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମାଗଣା ବିଦ୍ୟୁତ ଯୋଗାଇଦେବାକୁ ଘୋଷଣା କରିଥିଲେ |

ସମ୍ବନ୍ଧିତ ଖବର