ନଦୀରେ ବୁଡି ଯୁବକ ମୃତ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳ ବୁଚିଆଗୁଡ଼ା ଗ୍ରାମର ଜଣେ ଯୁବକ ଗତକାଲି ଶନିବାର ଅପରାହ୍ନରେ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଛନ୍ତି। ଯୁବକ ବୁଚିଆଗୁଡ଼ା ଗ୍ରାମର ଯୁଗଳ ଭତରା (୨୩)। ଏନେଇ ମୃତ ଯୁଗଳଙ୍କ ଭାଇ ସୋମନାଥ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ  ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଡାବୁଗାଁ ଥାନା ଜଟାବାଲ ନିକଟ ବୁଚିଆଗୁଡ଼ା ଗ୍ରାମର ଯୁଗଳ ଭତରା ଶନିବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଗାଧୋଇବାକୁ ନିକଟ ଜଟାବାଲ ନଦୀକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ ଯୁଗଳ ଦୁର୍ଭାଗ୍ୟଜନକ ଭାବେ ନଦୀ ପାଣିରେ ବୁଡି ଯାଇଥିଲେ।  ବହୁ ସମୟ ଧରି ଯୁଗଳ ଘରକୁ ନ ଫେରିବା ପରେ ପରିବାର ଲୋକେ ଅପରାହ୍ନ ୫ଟା ସମୟରେ ଜଟାବାଲ ନଦୀ ପାର୍ଶ୍ବରେ ଯାଇ ଦେଖିବା ବେଳକୁ ନଦୀ କୂଳରେ ଯୁଗଳର ଚପଲ ଓ ଟାୱଲ ଥିବା ଦେଖିଥିଲେ।

ଖୋଜାଖୋଜି କରିବା ପରେ ନଦୀ ମଧ୍ୟରେ ଯୁଗଳର ମୃତ ଦେହ ଦେଖିବାକୁ ପାଇଥିଲେ ପରିବାର ଲୋକେ। ଏନେଇ ଯୁଗଳ ଭତରାଙ୍କ ଭାଇ ସୋମନାଥ ଡାବୁଗାଁ  ଥାନାରେ ଏତଲା ଦେବା ପରେ ପୁଲିସ କେସ ନଂ- ୨୬/୨୦ରେ ମାମଲା ରୁଜୁ କରି ଶବ ଜବତ କରିଛି। ତେବେ ସନ୍ଧ୍ୟା ହୋଇ ଯାଇଥିବାରୁ ଆଜି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଯୁଗଳ ଭତରାଙ୍କୁ ପୂର୍ବରୁ ମୂର୍ଚ୍ଛା ରୋଗ ଥିବା ଜଣା ପଡ଼ିଥିବା ଡାବୁଗାଁ ପୁଲିସ ଏଏସ୍‌ଆଇ ଶିଶିର କୁମାର ଘୋଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର