ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ଯୁବ କଂଗ୍ରେସ ଅଫିସ ତାଲା ଭାଙ୍ଗି କିଛି ଯୁବକ ଅଫିସ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି । ଅଫିସ ଭିତରେ ଥିବା ଆସବାବପତ୍ର ଭଙ୍ଗାରୁଜା ହୋଇ ପଡିଛି । ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ନଷ୍ଟ ହୋଇଯାଇଛି । ସମସ୍ତ ଜିନିଷ ଭାଙ୍ଗି ଏଣେ ତେଣେ ବିଛାଡି ହୋଇ ପଡିଛି ।

ସୂଚନା ଅନୁଯାୟୀ, ସକାଳ ୬ଟା ସମୟରେ ଘଟଣା ଘଟିଥିବା ଜଣାପଡୁଛି । କଂଗ୍ରେସ ଭବନ ଭିତରେ ଯୁବ କଂଗ୍ରେସ କୋଠରୀ ଥିବା ବେଳେ କିଭଳି କୋଉ ସ୍ଥିତିରେ କେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

ସେପଟେ କଂଗ୍ରେସର ଜଣେ ଯୁବ ନେତାଙ୍କ କହିବା ଅନୁସାରେ, କଂଗ୍ରେସ ଦଳ ଆଗକୁ ବଢୁ ନଥିବାରୁ ଛାତ୍ର କଂଗ୍ରେସ ମଧ୍ୟରେ ଦିନକୁ ଦିନ ଆକ୍ରୋଶର ନିଆଁ ବଢିବାରେ ଲାଗିଛି । ଏହି ଭଙ୍ଗାରୁଜା କୌଣସି ବାହାର ଲୋକ କରିନାହାନ୍ତି । ଯୁବ କଂଗ୍ରେସର ଏହା ଏକ ଗୋଷ୍ଠୀ ବିବାଦ । ଏଥିରେ କୌଣସି ବରିଷ୍ଠ ନେତାଙ୍କ ହସ୍ତକ୍ଷପ ନାହିଁ । ପିପିଲି ନିର୍ବାଚନରେ ଛାତ୍ର ସଭାପତି କି କୌଣସି ଯୁବ କଂଗ୍ରେସ ନେତାଙ୍କୁ ଦେଖିବାକୁ ମିଳି ନଥିଲା । ଯୁବ କଂଗ୍ରେରେ ଗୋଷ୍ଠୀ ବିବାଦ କାରଣରୁ ଏପରି ହୋଇଥାଇପାରେ ବ‌ୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର