କଟକ : ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲ୍ରେ ଥିବା ସିଗ୍ନାଲ ବିଭାଗର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କୁ ଜେଲ୍ରେ ସବୁପ୍ରକାରର ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବାକୁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେ ମଧୁମେହ ରୋଗରେ ଆକ୍ରାନ୍ତ ଥିବାରୁ ତାଙ୍କୁ ଘର ତିଆରି ଖାଦ୍ୟ ଖାଇବାକୁ କୋର୍ଟ ଅନୁମତି ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ତ୍ରିନାଥ ମିଶ୍ରଙ୍କୁ ଚୌଦ୍ବାର ଜେଲ୍ ପଠାଇ ଦିଆଯାଇଥିଲା ବେଳେ ପ୍ରଥମଦିନ ତାଙ୍କୁ ମାତ୍ର ଦୁଇଟି ପାଉଁରୁଟି ଖାଇବାକୁ ଦିଆଯାଇଥିଲା। ଯେଉଁଥିପାଇଁ ସେ ଇନ୍ସୁଲିନ୍ ନେଇପାରି ନଥିଲେ। ୧୪ବର୍ଷ ହେବ ସେ ଡାକ୍ତରଙ୍କ ପରାମର୍ଶରେ ଇନ୍ସୁଲିନ୍ ନେଇ ଆସୁଛନ୍ତି। ଦେଢବର୍ଷ ହେବ ଅବଷ୍ଟ୍ରକଟିଭ୍ ସ୍ଲିପ୍ ଆମେନିଆ ରୋଗରେ ବି ପୀଡ଼ିତ ଅଛନ୍ତି। ଏଥିପାଇଁ ନିୟମିତ ସି-ପ୍ୟାକ୍ ମେସିନ୍ର ଆବଶ୍ୟକତା ହୋଇଥାଏ। ହେଲେ ଗିରଫ ହେବା ପରଠୁ ତାଙ୍କୁ ଏସବୁ ସୁବିଧା ମିଳିପାରୁ ନାହିଁ। ତେଣୁ ତାଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ତାଙ୍କ ପରିବାର ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ଶ୍ରୀ ମିଶ୍ରଙ୍କ ତରଫରୁ ଆଇନ୍ଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।