ଆଦିତ୍ୟ ଆଲୁମିନିୟମ ଆରଆର କଲୋନିବାସୀଙ୍କ ଭୋଟ ବର୍ଜନ

ସମ୍ବଲପୁର: ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଆଦିତ୍ୟ ଆଲୁମିନିୟମ କାରଖାନା ଦ୍ୱାରା ବିସ୍ଥାପିତ ହୋଇଥିବା ୩୦୦ ଜଣ ବ୍ୟକ୍ତି ପଞ୍ଚାୟତ ନିର୍ବାଚନ ଲାଗି ଭୋଟ ବର୍ଜନ କରିଛନ୍ତି। ଗୁରୁପାଲି ଆରଆର କଲୋନିର କିଛି ଅଂଶ ନିଶାନଭଙ୍ଗା ତ ଆଉ କିଛି ଅଂଶ ବୋମାଲୋଇ ପଞ୍ଚାୟତ ଅଧିନରେ ରହିଛି। ଲୋକେ ୧୧ ବର୍ଷରୁ ଅଧିକ ହେଲାଣି ଏହି କଲୋନିରେ ରହୁଛନ୍ତି। ତଥାପି ସେମାନଙ୍କୁ ସ୍ଥାୟୀ ଘରଡିହ ପଟ୍ଟା ମିଳିନାହିଁ।

ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ନିଯୁକ୍ତି ଓ ପାନୀୟ ଜଳ ବ୍ୟବସ୍ଥା ହୋଇ ପାରିନାହିଁ। ସେମାନେ ଜିଲ୍ଲାପାଳଙ୍କୁ ବାରମ୍ବାର ଅନୁରୋଧ କରିବା ପରେ ବି ଦାବି ପୂରଣ ନହେବାରୁ ଆଜି ଭୋଟ ବର୍ଜନ କରିଥିବା କହିଛନ୍ତି।

ସମ୍ବନ୍ଧିତ ଖବର