ପରୀକ୍ଷା ଚାଲିଥିବା ସମୟରେ ପିଲାଙ୍କ ସାମ୍ନାରେ ଛାତ୍ରକୁ ହତ୍ୟା

ନୂଆଦିଲ୍ଲୀ: ହରିୟାଣାର କରନାଲସ୍ଥିତ ଗ୍ରାମ ହରିସିଂହପୁରାରେ ଏକ ଘରୋଇ ସ୍କୁଲରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପାଠପଢ଼ା ଚାଲୁଥିବା ସମୟରେ ଜଣେ ଛାତ୍ର ଆଉ ଜଣେ ଛାତ୍ରକୁ ଛୁରୀ ଭୁସି ହତ୍ୟା କରିଛି। ଏହି ହତ୍ୟା ଘଟଣାର ଦୃଶ୍ୟ ସ୍କୁଲ ପରିସରରେ ଲାଗିଥିବା ସିସିଟିଭ ଫୁଟେଜରେ ରେକର୍ଡ ହୋଇଯାଇଛି। କୁହାଯାଉଛି କି, ଦୁଇଛାତ୍ରଙ୍କ ମଧ୍ୟରେ କୌଣସି କଥାକୁ ନେଇ ଅନେକ ଦିନ ହେବ ଯୁକ୍ତିତର୍କ ଚାଲିଥିଲା। ଆଜି ସେମିତି ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଶେଷରେ ପରିଣାମ ହତ୍ୟାରେ ଶେଷ ହେଇଥିଲା।

ସୂଚନାଯୋଗ୍ୟ, ହରସିଂହପୁରା ଗ୍ରାମର ସଂସ୍କାର ଭାରତୀ ଘରୋଇ ସ୍କୁଲରେ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପ୍ରାକ୍ଟିକାଲ କ୍ଲାସ ଚାଲୁଥିଲା। ପାଖାପାଖି ୯ଟା ସମୟରେ  ପରୀକ୍ଷା ଆରମ୍ଭ ହେବାର ଥିଲା। ପରୀକ୍ଷା ଚାଲୁଥିଲା ସମୟରେ ଦୁଇଜଣ ଛାତ୍ରଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଆଉ ଏତିକି ବେଳେ ବିରେନ ନାମକ ଛାତ୍ରକୁ ଅନ୍ୟ ଛାତ୍ରକୁ ଛୁରୀ ଭୁସି ଦେଇଥିଲା। ଉକ୍ତ ଛାତ୍ର ଘଟଣାସ୍ଥଳରେ ରକ୍ତଜଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ଅଣାଯାଇଥିଲେ ହେଁ ଡାକ୍ତର ବିରେନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି।

ଏହି ହତ୍ୟା ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟା କରିଥିବା ଛାତ୍ର ଜଣକ ଘଟଣାସ୍ଥଳରୁ ଚମ୍ପଟ ମାରିଛି। ପୁଲିସ ସ୍କୁଲ ପରିସରରେ ଲାଗିଥିବା ସିସିଟିଭ ଆଧାରରେ ଯାଞ୍ଚ ଜାରି ରଖିଛି।

ସମ୍ବନ୍ଧିତ ଖବର