୩ ବର୍ଷର ପୁଅର ବେକ କାଟିଦେଲା ମା’: ଅଭିଯୁକ୍ତ ଥାନାରେ ଅଟକ

କୋରାପୁଟ: କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକରେ ଚାଞ୍ଚଲ୍ୟ। ଏଠାକାର ଲୁକୁମାରୀ ଗାଁରେ ୩ ବର୍ଷର ପୁଅର ବେକ କାଟି ମା’ ହତ୍ୟା କରିଥିବା ଜଣାଯାଇଛି। ଗାଁରେ ଚଇତିପର୍ବ ଚାଲିଥିଲା ବେଳେ ମା’ ଏଭଳି ବର୍ବର କାଣ୍ଡ ଭିଆଇଥିବା କୁହାଯାଉଛି। ଅଭିଯୁକ୍ତ ମା’କୁ ଥାନାରେ ଅଟକ ରଖାଯାଇଛି।
ଗାଁରେ ଚଇତିପର୍ବ ଚାଲିଥିଲା ବେଳେ ଘରେ କେହି ନଥିଲେ। କେବଳ ମା’ ଫୁଲମତି ମୁଦୁଲି ଓ ୩ ବର୍ଷର ପୁଅ ସିଦ୍ଧୁ ମୁଦୁଲି। ଗାଁ ଲୋକଙ୍କ କହିବା ଅନୁଯାୟୀ ଫୁଲମତିଙ୍କ ମାନସିକ ସ୍ଥିତି ଠିକ୍ ନୁହେଁ। ଏଣୁ ସେ ଏକ ଧାରୁଆ ଅସ୍ତ୍ରରେ ୩ ବର୍ଷର ପୁଅର ବେକ କାଟି ମାରି ଦେଇଥିଲା। ଖବର ଜଣାପଡ଼ିବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଅଭିଯୁକ୍ତ ଫୁଲମତି ମୁଦୁଲିକୁ ଥାନାରେ ଅଟକ ରଖିଛି। ଏଣେ ଫୁଲମତି ଆଗରୁ ବି ଏମିତି ଅନ୍ୟଏକ ପୁଅକୁ ମାରିଥିଲା ବୋଲି ବି ଜଣାଯାଇଛି। ଏହି ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।ଏହାସହ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ ଗାଁ ଗାଁରେ ଏବେ ଚାଲିଛି ଚଇତ ପରବ। ଗାଁ ଗାଁରେ ଚାଲିଛି ଭୋଜିଭାତ ଓ ଦେଶୀ ମଦର ଆସର। ଗତକାଲି ରାତିରେ ଲୁକୁମାରୀ ଗାଁରେ ପରବ ହୋଇଥିଲାବେଳେ ଭୋଜିଭାତର ଆସର ଚାଲିଥିଲା। ଗାଁ ଲୋକେ ସବୁ ଭୋଜି ଭାତ ଖାଇ ଘରକୁ ଫେରିଥିବାବେଳେ ଫୁଲମତି ଓ ଗଙ୍ଗା ମୁଦୁଲି  ପୁଅକୁ ଧରି ଘରକୁ ଫେରିଥିଲେ। ଗଙ୍ଗା ଶୋଇଯିବା ପରେ ଫୁଲମତି ପୁଅର ବେକକୁ କାଟିଥିଲା। ପୁଅ ଚିତ୍କାର କରୁଥିବାବେଳେ ଗଙ୍ଗା ଶୋଇପଡ଼ିଥିବାରୁ ଶୁଣି ପାରି ନ ଥିଲା। ସକାଳୁ ଗଙ୍ଗା ଏହି ନାରକୀୟ କାଣ୍ଡ ସକାଳୁ ଜାଣିବାକୁ ପାଇଥିଲା। ଏହାପରେ ଗାଁ ଲୋକଙ୍କୁ ଜଣାଇବା ସହ ପୁଲିସକୁ ମଧ୍ୟ ଜଣାଇଥିଲା। ଏହାପରେ ପୁଲିସ ପହଞ୍ଚି ଶବକୁ ଉଦ୍ଧାର କରିଥିଲା। ତେବେ ଏହା ଗୁଣିଗାରେଡି ନା ସୁଚିନ୍ତିତ ହତ୍ୟାକାଣ୍ଡ ନା ମାନସିକ ବିକୃତି ତାହା ଜଣାପଡ଼ିନାହିଁ।। ତେବେ ଏହି ଫୁଲମତୀଙ୍କ ନାମରେ ପୂର୍ବରୁ ସମାନ ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର