ରିଲାଏନ୍ସ ଜିଓର ନୂତନ ପ୍ଲାନ୍‌ : ମାତ୍ର ୧୪୯ଟଙ୍କାରେ ଅସୀମିତ ଡାଟା

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ୫ରେ ରିଲାଏନ୍ସ ଜିଓ ଟେଲିକମ୍‌ ମାର୍କେଟରେ ପ୍ରବେଶ କରି ଧମାକା ସୃଷ୍ଟି କରିଥିଲା। ରିଲାଏନ୍ସ ଜିଓର ଅଫରକୁ ଦେଖି ଅନ୍ୟ ଟେଲିକମ୍‌ କମ୍ପାନି ମଧ୍ୟ ସେମାନଙ୍କ ଡାଟା ପ୍ଲାନରେ ପରିବର୍ତ୍ତନ କରିବାରେ ଲାଗଥିିଲେ। ଏଯାତବ୍‌ ରିଲାଏନ୍ସ ବ୍ୟବହାରକାରୀଙ୍କ ପସନ୍ଦ ଓ ଆବଶ୍ୟକ ମୁତାବିକ ଡାଟା ପ୍ଲାନ ପରିବର୍ତ୍ତନ କରି ଅପଡେଟ କରି ଚାଲିଛି।

ସମ୍ପ୍ରତି ପୁଣି ଥରେ ରିଲାଏନ୍ସ ଜିଓ ତାର ଡାଟା ପ୍ଲାନ୍‌କୁ ଅପଡେଟ କରିଛି। ରିଲାଏନ୍ସ ଜିଓ ବ୍ୟବହାରକାରୀ ମାତ୍ର ୧୪୯ଟଙ୍କାର ରିଚାର୍ଜ କରି ଅସୀମିତ ଡାଟାର ଫାଇଦା ଉଠାଇ ପାରିବେ। ଏହି ପ୍ଲାନ୍‌ ଜରିଆରେ ଗ୍ରାହକ ୨ଜିବି ୪ଜି ଇଣ୍ଟରନେଟ, ଅସୀମିତ ଭଏସ୍‌ କଲ, ୩୦୦ ଏସ୍‌ଏମ୍‌ଏସ୍‌ ଓ ଜିଓ ଆପ୍‌ ସବ୍‌ସ୍କ୍ରିପ୍‌ସନ୍‌ କରି ପାରିବେ। ରିଲାଏନ୍ସ ଜିଓର ୧୪୯ ପ୍ଲାନ୍‌ର ସମୟ ଅବଧି ୨୮ଦିନ ପର୍ଯ୍ୟନ୍ତ ରହିଛି। ଏହି ପ୍ଲାନ୍‌ର ଆଉ ଏକ ଖାସ୍‌ ସୁବିଧା ରହିଛି। ତାହା ହେଲା ଗ୍ରାହକଙ୍କ ୨ଜିବି ଡାଟା ଶେଷ ହୋଇଗଲା ପରେ ବି ଇଣ୍ଟରନେଟ ସୁବିଧା ପାଇ ପାରିବେ, କିନ୍ତୁ ୪ଜି ସେବା ହ୍ରାସ ପାଇ ବେଗ ୬୪କେବିପିଏସ୍‌ ହୋଇଯିବ।

ତେବେ ଏହି ଅଫର ଶେଷ ହେବା ପୂର୍ବରୁ ରିଲାଏନ୍ସ ଗ୍ରାହକ ଶୀଘ୍ର ଏହାର ଲାଭ ଉଠାନ୍ତୁ ବୋଲି କମ୍ପାନି ପକ୍ଷରୁ ପ୍ରକାଶ।

ସମ୍ବନ୍ଧିତ ଖବର