ମୋ ସଂସାରରେ ଝଡ ପାଇଁ କରଣ ଜୋହର ଦାୟୀ, କିଛି ଏଭଳି କହିଲେ ସାମନ୍ଥା!

ମୁମ୍ବାଇ: ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ଅନ୍ୟତମ ସଫଳ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କର ଦେଶବିଦେଶରେ ଅନେକ ପ୍ରଶଂସକ ଅଛନ୍ତି | ବିଶେଷକରି ‘ଦି ଫ୍ୟାମିଲି ମ୍ୟାନ୍’ ଏବଂ ‘ପୁଷ୍ପା’ର ଫିଲ୍ମ ପରେ ସାମନ୍ଥାଙ୍କର ବଲିଉଡ ପ୍ରଶଂସକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି | ତେବେ ବର୍ତ୍ତମାନ ସାମନ୍ଥା ଏକ ନୂଆ ଖୁଲାସା କରିଛନ୍ତି | ଯେତେବେଳେ ଗତବର୍ଷ ସାମନ୍ଥା, ନାଗା ଚୈତନ୍ୟଙ୍କଠାରୁ ଛାଡପତ୍ର ଘୋଷଣା କରିଥିଲେ ସେତେବେଳେ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଛାଡପତ୍ର ଘୋଷଣା କରିବା ପରଠାରୁ ସାମନ୍ଥା ଏବିଷୟରେ ସେତେ ଖୋଲାଖୋଲି ଭାବେ କେବେ କହି ନାହାଁନ୍ତି | କିନ୍ତୁ ବିବାହିତ ଜୀବନରେ କାହିଁକି ଅସନ୍ତୋଷ ଦେଖାଯାଏ, ତାହା ଅଭିନେତ୍ରୀ ଜଣାଇଛନ୍ତି।

ବାସ୍ତବରେ, ସାମନ୍ଥା ଖୁବ୍ ଶୀଘ୍ର କରଣ ଜୋହରଙ୍କ ଶୋ ‘କଫି ୱିଥ୍ କରନ୍ ସିଜନ୍ ୭’ରେ ନଜର ଆସିବେ | ଯାହାର ଏକ ପ୍ରୋମୋ କରଣ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି | ଏହି ପ୍ରୋମରେ ସାମନ୍ଥା ଦାମ୍ପତ୍ୟ ଜୀବନକୁ ନେଇ କରଣଙ୍କୁ ଟାର୍ଗେଟ କରିଛନ୍ତି | ପ୍ରମୋରେ ଅଭିନେତ୍ରୀ ଜଣକ କହିଛନ୍ତି ଯେ ‘କରଣ ଭାଙ୍ଗିଯାଇଥିବା ବିବାହ ପାଇଁ ତୁମେ ହିଁ କାରଣ | ତୁମେ ଜୀବନକୁ K3G (କଭୀ ଖୁସି କଭୀ ଗମ) ଭାବରେ ଦେଖୁଛ, କିନ୍ତୁ ବାସ୍ତବ ଜୀବନ ‘କେଜିଏଫ’ ପରି ହୋଇଥାଏ |

ସାମନ୍ଥାଙ୍କ ଏହି କଥା ଶୁଣିବା ପରେ କରଣ ମଧ୍ୟ ହସିଛନ୍ତି | ସୂଚନା ଥାଉ କି ସାମନ୍ଥା ଓ ନାଗା ଚୈତନ୍ୟ ୨୦୧୦ ରେ ସାଉଥ୍ ସିନେମାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେମାନେ ୨୦୧୭ ଅକ୍ଟୋବର ୬ ତାରିଖରେ ଗୋଆରେ ବିବାହ କରିଥିଲେ । ତେବେ ଅକ୍ଟୋବର, ୨୦୨୧ରେ ଉଭୟଙ୍କ ମଧ୍ୟରେ ବିବାହ ବିଛେଦ ହୋଇଯାଇଥିଲା |

ସମ୍ବନ୍ଧିତ ଖବର