ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଜାଙ୍ଗଳା ଶବରା ନିକଟରେ କାର ନିୟନ୍ତ୍ରଣ ହରାଇ ଓଲଟିପଡିଛି। ଗୋଟିଏ ପରିବାରର ୪ଜଣ ଆହତ ହୋଇ ଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ବଣାଇ ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ଏମାନେ ରାଉରକେଲା ଛେଣ୍ଡ କଲୋନୀର।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱରରେ ରହୁଥିବା ସମ୍ପର୍କୀୟଙ୍କ ରିଙ୍ଗ ସେରିମୋନି କାର୍ଯ୍ୟକ୍ରମରେ ସେମାନେ ଯୋଗ ଦେଇ ରାଉରକେଲାକୁ ଫେରୁଥିଲେ। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି। ଗୁରୁତର ଆହତ ଜଣକ ରାଉରକେଲା ରିଜର୍ଭ ଡାକ୍ତର ଅଟନ୍ତି। ମହୁଲପଦା ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଜବତ କରି ଘଟଣାର ତଦନ୍ତ ଚଳାଇଛି।