ମୁମ୍ବାଇ: ଭାଲେଣ୍ଟାଇନ ଡେ’ ଅବସରରେ ବରୁଣ ଧଓ୍ଵନ ଦର୍ଶକଙ୍କୁ ଉପହାର ସ୍ୱରୁପ ଯେଇଛନ୍ତି ତାଙ୍କ ଆଗାମୀ ଚଳଚ୍ଚିତ୍ରର ଟ୍ରିଜର । ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଅକ୍ଟୋବର’ ଏକ ଭିନ୍ନ ସ୍ୱାଦର ପ୍ରେମ କାହାଣୀ। ଆଜି ଏହାର ଟ୍ରିଜର ରିଲିଜ ହୋଇଛି। ବରୁଣ ଟ୍ରିଜରଟିକୁ ଟ୍ଵିଟରରେ ସେୟାର କରିବା ସହ ଏହାର କ୍ୟାପସନରେ ଲେଖିଛନ୍ତି, ‘ଏହି ଚଳଚ୍ଚିତ୍ରଟି ମୋର ହୃଦୟର ପାଖରେ। ତେବେ ଏହା ହେଉଛି ଆପଣମାନଙ୍କ ପାଇଁ ମୋର ଭାଲେଣ୍ଟାଇନ ଉପହାର।’
Sambad is now on WhatsApp
Join and get latest news updates delivered to you via WhatsApp
❤A movie very close to my heart #October. Here’s the October feeler #ValentinesWithOctober @ShoojitSircar @BanitaSandhu @ronnielahiri https://t.co/d02Gx7WyFn.
— Varun Dhawan (@Varun_dvn) February 14, 2018
ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସୁଜିତ ସରକାର। ତେବେ ଏହି ଚଳଚ୍ଚିତ୍ର ଜରିଆରେ ବଲିଉଡ୍ରେ ପାଦ ରଖିବା ପାଇଁ ଯାଉଛନ୍ତି ଅଭିନେତ୍ରୀ ବନିତା ସାନ୍ଧୁ। ଚଳଚ୍ଚିତ୍ରଟି ଏକ ଭିନ୍ନ ପ୍ରକାରର ପ୍ରେମ କାହାଣୀ ଉପରେ ଆଧାରିତ। ଚଳଚ୍ଚିତ୍ରର ନାମ ‘ଅକ୍ଟୋବର’ ହୋଇଥିବା ବେଳେ ଏହା ରିଲିଜ ହେବାକୁ ଯାଉଛି ଏପ୍ରିଲ ୧୩ ତାରିଖରେ ।
ପୂର୍ବରୁ ଚଳଚ୍ଚିତ୍ର ବିଷୟରେ ନିର୍ଦ୍ଦେଶକ ସୁଜିତ କହିଛନ୍ତି, ‘ଅକ୍ଟୋବର’ ଏକ ଅସାଧାରଣ ଏବଂ ଭିନ୍ନ ସ୍ୱାଦର ପ୍ରେମ କାହାଣୀ। ଏଥିରେ ଜୀବନକୁ ରୋମାନ୍ସ ସହ ସଂଯୋଗ କରାଯାଇଛି।’