ଜୁଲାଇ ୧୨ରେ ଦେଓଘର ଯିବେ ପ୍ରଧାନମନ୍ତ୍ରୀ

୧୬,୦୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର କରିବେ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ ଜୁଲାଇ, ୨୦୨୨ ରେ ଦେଓଘର ଏବଂ ପାଟନା ଗସ୍ତ କରିବେ । ଅପରାହ୍ନ ପ୍ରାୟ ଗୋଟାଏ ୧୫ରେ ପ୍ରଧାନମନ୍ତ୍ରୀ ଦେଓଘରରେ ୧୬,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହା ପରେ ଅପରାହ୍ନ ପ୍ରାୟ ୨ ଟା ୪୦ ରେ ସେ ବାର ଜ୍ୟୋତିର୍ଲିଙ୍ଗଙ୍କ ମଧ୍ୟରୁ ଅନ୍ୟତମ ବାବା ବୈଦ୍ୟନାଥ ମନ୍ଦିରରେ ଦର୍ଶନ ଏବଂ ପୂଜା କରିବେ । ସଂଧ୍ୟା ପ୍ରାୟ ୬ ଟା ସମୟରେ ପ୍ରଧାନମନ୍ତ୍ରୀ ପାଟନାରେ ବିହାର ବିଧାନସଭାର ଶତବାର୍ଷିକୀ ଉତ୍ସବର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିବେ।

ପାଟନାରେ ବିହାର ବିଧାନସଭାର ୧୦୦ ବର୍ଷ ପୂର୍ତ୍ତି ସ୍ମୃତି ଉଦ୍ଦେଶ୍ୟରେ ନିର୍ମିତ ଶତାବ୍ଦୀ ସ୍ମୃତି ସ୍ତମ୍ଭକୁ ସେ ଉଦ୍‌ଘାଟନ କରିବେ। ଶ୍ରୀ ମୋଦୀ ବିଧାନସଭା ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ସଂଗ୍ରହାଳୟର ବିଭିନ୍ନ ଗ୍ୟାଲେରି ବିହାରରେ ଗଣତନ୍ତ୍ରର ଇତିହାସ ଏବଂ ସାମ୍ପ୍ରତିକ ନାଗରିକ ଗଠନର ବିବର୍ତ୍ତନ ପ୍ରଦର୍ଶନ କରିବ । ଏଥିରେ ୨୫୦ ରୁ ଅଧିକ ବ୍ୟକ୍ତିଙ୍କ କ୍ଷମତା ବିଶିଷ୍ଟ ଏକ ସମ୍ମିଳନୀ ହଲ୍ ମଧ୍ୟ ରହିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଧାନସଭା ଅତିଥି ଭବନର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ସମ୍ବନ୍ଧିତ ଖବର