ବରଗଡ଼/ଭୁବନେଶ୍ୱର : ପୁଲିସ୍ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ କରି ରାତି ଅଧରେ ବିଜେପି ପକ୍ଷରୁ ଆଜି ଗାଇସିଲାଟ୍ ଥାନା ଘେରାଉ ହୋଇଛି। ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁଙ୍କ ନେତୃତ୍ୱରେ ଯୁବମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ଏଥିରେ ସାମିଲ ଥିଲେ। ଅଭିଯୋଗ ଅନୁସାରେ ସୋମବାର ରାତିରେ ପୁଲିସ୍ ଗାଇସିଲାଟ୍ ବିଜେପି କାର୍ଯ୍ୟାଳୟରେ ଚଢଉ କରିଥିଲା। ଏହି ସମୟରେ ମହିଳା କର୍ମକର୍ତ୍ତାଙ୍କୁ ପୁଲିସ୍ ଦୁର୍ବ୍ୟବହାର ସହ ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିଜେପି ଥାନା ଘେରାଉ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ନେତା ଓ କର୍ମୀମାନେ ଥାନା ବାରଣ୍ଡାରେ ବସିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ପୁଲିସର ଚଢ଼ଉ ଏବଂ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ବିଳମ୍ବିତ ରାତିରେ ବିଜେପି ପକ୍ଷରୁ ଭୁବନେଶ୍ୱର ସ୍ଥିତ ପୁଲିସ ଡିଜି କ୍ୟମ୍ପ ଅଫିସ ସମ୍ମୁଖରେ ଧାରଣା ଦିଆଯାଇଛି। ସମୀର ମହାନ୍ତିଙ୍କ ନେତୃତ୍ୱରେ ବହୁସଂଖ୍ୟକ ବିଜେପି କର୍ମୀ ଏହି ଧାରଣାରେ ସାମିଲ ହୋଇଛନ୍ତି।