ପ୍ରଫେସର କିଶୋର ବସାଙ୍କୁ ନୂଆ ଦାୟିତ୍ବ: ଜାତୀୟ ସ୍ମାରକୀ ପ୍ରାଧିକରଣର ଅଧ୍ୟକ୍ଷ ହେଲେ

ବାରିପଦା: ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର କିଶୋର କୁମାର ବସାଙ୍କୁ କେନ୍ଦ୍ର ସରକାର ଜାତୀୟ ସ୍ମାରକୀ ପ୍ରାଧିକରଣ(ଏନ୍‌ଏମ୍‌ଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ଶୋଭାରାଣୀ ତିରୁ ଏ ନେଇ ପ୍ରଫେସର ଶ୍ରୀ ବସାକୁ ଚିଠି ମାଧ୍ୟମରେ ଜଣାଇଛନ୍ତି। କେନ୍ଦ୍ର ସରକାର ସଂସ୍କୃତି ବିଭାଗ ଦ୍ବାରା ପରିଚାଳିତ ଏହି ସଂସ୍ଥାର ଅଧ୍ୟକ୍ଷ ହେବାରେ ପ୍ରଫେସର ଶ୍ରୀ ବସା ହେଉଛନ୍ତି ପ୍ରଥମ ଓଡ଼ିଆ।

ଏହି ନିଯୁକ୍ତି ଓ ନୂଆ ଦାୟିତ୍ବ ପାଇଁ ସେ ବେଶ୍‌ ଖୁସି ଥିବା କହିଛନ୍ତି। ଖବର ଜଣାପଡ଼ିବା ପରେ ବିଶ୍ବବିଦ୍ୟାଳୟର ସମସ୍ତ ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ମହଲରେ ଖୁସିର ଲହରି ଖେଳିଯାଇଛି।

ସମ୍ବନ୍ଧିତ ଖବର