ପୁଣି ଉଠିଲା ନବ ଦାସ ପ୍ରସଙ୍ଗ: ବିରୋଧୀ ଦଳ ନେତାଙ୍କ ସହ ସ୍ୱର ମିଳାଇଲେ କଂଗ୍ରେସ ବିଧାୟକ ଦଳ ନେତା

ଭୁବନେଶ୍ବର: ଆଜି ଶୂନ୍ୟକାଳରେ ପୁଣି ନବ ଦାସ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ଏଣେ ତାଙ୍କ କଥାକୁ ସମର୍ଥନ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।
ବିରୋଧୀ ଦଳ ନେତା କହିଛନ୍ତି, ନବ ଦାସ ଷଡ଼ଯନ୍ତ୍ର ହତ୍ୟାର ଷାଠିଏ ଦିନ ପୂର୍ଣ୍ଣ ହେଲା। ହତ୍ୟାର ଉଦ୍ଦେଶ୍ୟ ଏବଂ ଏହା ପଛରେ କିଏ ଜଣା ପଡ଼ିଲା ନାହିଁ। ଏଥିରୁ ଓଡ଼ିଶା ପୁଲିସର ପାରିବାପଣିଆ ଜଣାପଡ଼ିଲା। ଘଟଣାକୁ ଚପେଇ ଦେବାକୁ ଚେଷ୍ଟା ହେଉଛି। ପ୍ରତ୍ୟେକ ହତ୍ୟାର ଉଦ୍ଦେଶ୍ୟ ଥାଏ, ଏହା କ୍ରିମିନାଲ କନସିପିରେସି ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ କହିଲେ, କିନ୍ତୁ ମୁଖ୍ୟମନ୍ତ୍ରୀ କହିଲେ ନାହିଁ।
ରାଜ୍ୟରେ ଏଫବିଆଇ ତଦନ୍ତର ନଜିର ନାହିଁ, ପ୍ରଶ୍ନର ଉତ୍ତରରେ ସରକାର କହିଥିଲେ, ତେଣୁ ଏହା ଏକ ବିଶ୍ୱସ୍ତରୀୟ ହତ୍ୟା ସେଥିପାଇଁ, ବିଶ୍ୱସ୍ତରୀୟ ତଦନ୍ତର ଦାୟିତ୍ୱ ଦେଲେ। ବିଧାନସଭା ସରିଗଲେ କଥାକୁ ଚପାଇ ଦିଆଯିବ। ଏହି ପ୍ରସଙ୍ଗ ଗୃହରେ ବାରମ୍ବାର ଉଠୁଛି, ପୁଲିସ ଗୋଟେ ନୂଆ ନୂଆ କାହାଣୀ କହୁଛି। ଏହାର ନିର୍ଯାସ ବାହାରୁ ନାହୁଁ, ଗୃହର ଆବଶ୍ୟକତା କଣ ?
କଣ କରିବୁ ଆମେ, ସାଧାରଣ ଜନତା କଣ କରିବେ? ଅନେକ ହତ୍ୟା ହେଲାଣି, ବଡ ବଡ଼ ଲୋକଙ୍କ ହାତ ଅଛି, ବଡ଼ ବଡ଼ ଲୋକଙ୍କ ହାତ ଅଛି, ସେଥିପାଇଁ ସରକାର ତଦନ୍ତ କରିବାକୁ ଚାହୁଁ ନାହାନ୍ତି।
ଏଣେ ବିରୋଧୀ ଦଳ ନେତାଙ୍କ ସହ ସ୍ୱର ମିଳାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିରୋଧୀ ଦଳ ନେତା ଯେଉଁ ପ୍ରସଙ୍ଗ ଉଠେଇ ଉଦବେଗ ପ୍ରକାଶ କରିଛନ୍ତି, ସେଥିରେ ମୁଁ ସହମତ। ବାରମ୍ବାର ଏହି ପ୍ରସଙ୍ଗ ଉଠା ଯାଉଛି, ଆଜିକୁ ଷାଠିଏ ଦିନ ହେଇଗଲା। ଏସସିବିର ମେଡିକାଲ ଏକ୍ସପର୍ଟ କମିଟି ରିପୋର୍ଟ ଅନୁଯାୟୀ ଗୋପାଳ ପାଗଳ ନୁହେଁ। କିନ୍ତୁ ଗୋପାଳକୁ ପାଗଳ ବନେଇବା ପାଇଁ ସରକାର ପାଗଳ। ଏଫବିଆଇ ତଦନ୍ତ ପାଇଁ ସରକାର ସୁପାରିଶ କରିଥିବା କଥା କହୁଛନ୍ତି, ସେହି ତଦନ୍ତରେ ଗୋପାଳ ପାଗଳ କି ନୁହେଁ ତାହାର ତଦନ୍ତ ହେବ। ଷାଠିଏ ଦିନ ପରେ ହତ୍ୟା ଷଡ଼ଯନ୍ତ୍ରର ପ୍ରକୃତ ସତ୍ୟାସତ୍ୟ ଉନ୍ମୋଚନ ହୋଇପାରିଲା ନାହିଁ।

ସମ୍ବନ୍ଧିତ ଖବର