ୟୁକେର ଓଡ଼ିଆ ଉଦ୍ୟୋଗୀଙ୍କ ୨ କମ୍ପାନି ମରିସସ୍‌ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ

ମରିସସ୍‌: ୟୁକେର ଓଡ଼ିଆ ନିବେଶକ ବିଶ୍ୱନାଥ ପଟ୍ଟନାୟକ ଏବଂ ଓଡ଼ିଆ ଉଦ୍ୟୋଗୀ ଅରୁଣ କର ସେମାନଙ୍କ କମ୍ପାନି ଏକ୍ସପର୍ଟନେଷ୍ଟ୍ ଏଲ୍‌ଟିଡି ଏବଂ ଅର୍ଥନେଷ୍ଟ୍ ଏଲଟିଡିକୁ ମରିସରର ଅନ୍ତର୍ଜାତୀୟ ଷ୍ଟକ୍‌ ଏକ୍ସଚେଞ୍ଜ୍ ଆଫ୍ରିନେକ୍ସରେ ସ୍ଥାନିତ କରିଛନ୍ତି। ଏହି ଅବସରରେ ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍ କୁମାର ଜଗନଥ୍ ଏବଂ ଭାରତର ଉଚ୍ଚାୟୁକ୍ତ କେ ନନ୍ଦିନୀ ସିଙ୍ଗଲା ଉଭୟ ଶ୍ରୀ ପଟ୍ଟନାୟକ ଏବଂ କରଙ୍କୁ ସମ୍ମାନିତ କରିଛନ୍ତି। ଦୁଇ କମ୍ପାନିର ସହପ୍ରତିଷ୍ଠାତା ଶ୍ରୀ କର କହିଛନ୍ତି ଅର୍ଥନେଷ୍ଟ୍‌ର ଗୁଜୁରାଟରେ ଏକ ୟୁନିଟ୍ ଅଛି। ଏଥିସହ ଖୁବ୍ ଶୀଘ୍ର ଓଡ଼ିଶାରେ ବାୟୋ-ଡିଗ୍ରେଡେବଲ୍ ବ୍ୟାଗ୍ ଉତ୍ପାଦନକାରୀ ୟୁନିଟ୍ ଆସିବାକୁ ଯାଉଛି। ଶ୍ରୀ ପଟ୍ଟନାୟକ କହିଛନ୍ତି, ମରିସସ୍‌ରେ ଆମର ବ୍ୟବସାୟ ତାଲିକାଭୁକ୍ତ କରିବା ହେଉଛି ଏକ ରଣନୀତିକ ପଦକ୍ଷେପ ଯାହା ଆମକୁ ଆଫ୍ରିକା ସହିତ ଯୋଡ଼ିଥାଏ।

ସମ୍ବନ୍ଧିତ ଖବର