ସାମାନ୍ୟ କମିଲା ସୁନା ଦର, ତଥାପି ରହିଛି ୭୦ ହଜାର ଉପରେ

ନୂଆଦିଲ୍ଲୀ: ସାରା ବିଶ୍ୱର ବଜାରରେ ସୁନା ଦର  ବିଗତ କିଛିଦିନ ହେଲା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଆଜି ଆଶ୍ୱସ୍ତିକର ଖବର ଆସିଛି। ସୋମବାର ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଘଟିଛି । ଏହାର କାରଣ ହେଉଛି ମଧ୍ୟପ୍ରାଚ୍ୟ ସଂଘର୍ଷର ଆଶଙ୍କା ହ୍ରାସ ପାଇବା ପରେ ନିବେଶକଙ୍କ ମଧ୍ୟରେ ସୁନାର ଚାହିଦା ହ୍ରାସ ପାଇଛି।

ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନ୍ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ, ଆଜି ଅର୍ଥାତ୍ ୨୨ ଏପ୍ରିଲରେ ୧୦ ଗ୍ରାମ ସୁନା (୨୪ କ୍ୟାରେଟ) ମୂଲ୍ୟ ୭୩,୧୬୧ ଟଙ୍କା ରହିଛି। ସେହିପରି ଶନିବାର ବଜାର ବନ୍ଦ ହେବା ବେଳକୁ ୧୦ ଗ୍ରାମ ସୁନା ମୂଲ୍ୟ ୭୩,୪୦୪ ଟଙ୍କା ଥିଲା । ଅର୍ଥାତ୍ ଗତକାଲି ତୁଳନାରେ ଆଜି ସୁନା ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି ।

କେବଳ ୨୪ କ୍ୟାରେଟ ନୁହେଁ, ୧୪ କ୍ୟାରେଟ୍ ପର୍ଯ୍ୟନ୍ତ ସବୁ ପ୍ରକାର ସୁନାରେ ଏହି ହ୍ରାସ ଦେଖିବାକୁ ମିଳିଛି। ଆଜି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୭,୦୧୬ ଟଙ୍କାରେ କାରବାର କରୁଛି । ଗତକାଲି ବଜାର ବନ୍ଦ ହେବା ବେଳକୁ ଏହି ସୁନା ମୂଲ୍ୟ ୬୭,୨୩୮ ଟଙ୍କା ଥିଲା । ଅନ୍ୟପକ୍ଷରେ ଯଦି ଆମେ ୧୮ କ୍ୟାରେଟ ସୁନା ବିଷୟରେ କହିବା ତେବେ ଆଜି ବଜାରରେ ଏହାର ମୂଲ୍ୟ ୧୦ ଗ୍ରାମ ପିଛା ୫୯,୨୬୦ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର