ଫ୍ଲିପ୍‌କାର୍ଟରେ ନିବେଶ କଲା ଗୁଗ୍‌ଲ

ବେଙ୍ଗାଲୁରୁ: ଆମେରିକୀୟ କମ୍ପାନି ୱାଲ୍‌ମାର୍ଟ ଅଧୀନରେ ପରିଚାଳିତ ହେଉଥିବା ଭାରତୀୟ ଇ-କମର୍ସ କମ୍ପାନି ଫ୍ଲିପ୍‌କାର୍ଟରେ ଗୁଗ୍‌ଲ ୩୫୦ ନିୟୁତ ଡଲାର (୨୯୦୦ କୋଟି ଟଙ୍କା) ନିବେଶ କରିଛି। କମ୍ପାନି ପକ୍ଷରୁ ଗୁଗ୍‌ଲକୁ ସଂଖ୍ୟାଲଘୁ ନିବେଶକ ମାନ୍ୟତା ପ୍ରଦାନ କରାଯାଇଛି। ଏହି ନିବେଶ ପରେ ଫ୍ଲିପ୍‌କାର୍ଟର ମୂଲ୍ୟ ୩୫-୩୬ ବିଲିଅନ୍ ଡଲାରରେ ପହଞ୍ଚିଛି।

ଫ୍ଲିପ୍‌କାର୍ଟରେ ୱାଲ୍‌ମାର୍ଟର ୮୫% ଅଂଶଧନ ରହିଛି। ଗତବର୍ଷ ଏହା ଉକ୍ତ ସଂସ୍ଥାରେ ୬୦୦ ନିୟୁତ ଡଲାର ନିବେଶ କରିଥିଲା। ଗୁଗ୍‌ଲ ନିବେଶ ସମ୍ପର୍କରେ ଫ୍ଲିପ୍‌କାର୍ଟ ପକ୍ଷରୁ କୁହାଯାଇଛି, ଏହାକୁ ନିୟାମକ ମଞ୍ଜୁରି ମିଳିବା ବାକି ରହିଛି। ଏହି ନିବେଶ କମ୍ପାନିର ଡିଜିଟାଲ୍‌ ଭିତ୍ତିଭୂମିର ଆଧୁନିକୀକରଣରେ ସହାୟକ ହେବ। ଫଳରେ କମ୍ପାନି ସାରା ଦେଶରେ ଥିବା ଗ୍ରାହକଙ୍କୁ ଭଲ ଭ‌ାବେ ସେବା ପ୍ରଦାନ କରିପାରିବ।

ସମ୍ବନ୍ଧିତ ଖବର