ଶସ୍ତା ହେଲା ରେଳ ଟିକେଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାଧାରଣ ଖାଉଟିଙ୍କ ପାଇଁ ହୋଲି ଉପହାର ଘୋଷଣା କରିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ଘରୋଇ ରନ୍ଧନ ଗ୍ୟାସ (ଏଲପିଜି)ର ମୂଲ୍ୟ ହ୍ରାସ କରିଛନ୍ତି । ଅଣସବସିଡି ଏଲପିଜି ମୂଲ୍ୟ ସିଲିଣ୍ଡର ପିଛା ୪୭ ଟଙ୍କା ଓ ସବସିଡିଯୁକ୍ତ ସିଲିଣ୍ଡର ଦର ୨ଟଙ୍କା ୫୭ ପଇସା ହ୍ରାସ ପାଇଛି ।

ସେହିପରି ଭାରତୀୟ ରେଳବାଇ ବି ରେଳ ଯାତ୍ରାଙ୍କୁ ହୋଲି ଉପହାର ଦେଇଛି। ଅର୍ଥାତ୍‌ ଏଣିକି ଆପଣ ଅନ୍‌ଲାଇନ୍‌ ଓ ଅଫଲାଇନ୍‌ ଯେଉଁଥିରେ ଟିକେଟ କଲେ ମଧ୍ୟରେ ଶସ୍ତାରେ କରିପାରିବେ। ଭାରତୀୟ ରେଳବାଇ ଦ୍ୱାରା ଟିକେଟ ବୁକ୍‌ କରିବା ସମୟରେ ନିଯାଉଥିବା ମରଚାଣ୍ଟ ହିସ୍‌କାଉଣ୍ଟ ଚାର୍ଜ (ଏମ୍‌ଡିଆର୍‌)କୁ ହଟାଇ ଦିଆଯାଇଛି। ଏହି ସୁବିଧା ଏକଲକ୍ଷ୍ୟ ଟଙ୍କାର ନେଣଦେଣ ଆଧାରରେ ମିଳିବ।

ରେଳବାଇ ସ୍ପଷ୍ଟ କରି କହିଛନ୍ତି, ଯଦି ଆପଣ ଅନ୍‌ଲାଇନ୍‌ କିମ୍ବା ଅଫଲାଇନ୍‌ ଡେବିଟ କାର୍ଡରୁ ଟିକେଟ କାଟୁଛନ୍ତି, ତେବେ  ଆପଣଙ୍କୁ ଏମ୍‌ଡିଆର୍‌ ଚାର୍ଜ ନିଆଯିବ ନାହିଁ। ଅର୍ଥ ମନ୍ତ୍ରାଳୟ ସମସ୍ତ ବ୍ୟାଙ୍କଙ୍କୁ ଏହି ସମ୍ବନ୍ଧରେ ଫେବ୍ରୁଆରି ୨୬ ତାରିଖରେ ନିର୍ଦ୍ଦେଶ ଜାରି କରିଛି। ଭାରତ ସରକାର ଡିଜିଟାଲ ଓ କେସ୍‌ଲେସ୍‌କୁ ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି।

ଏତଦ୍‌ବ୍ୟତୀତ ଭାରତୀୟ ରେଳବାଇ ସ୍ଥାନୀୟ ଭାଷାରେ ଟିକେଟ ବୁକ୍‌ କରିବାର ଯୋଜନା ବି ଆରମ୍ଭ କରି ଦେଇଛି। ଏହି ସୁବିଧା ରିଜରଭେସନ୍‌ ଓ ଅଣରିଜରଭେସନ୍‌ ଉଭୟ ଟିକେଟରେ ଲାଗୁ କରାଯିବ। ଏହାର ଆରମ୍ଭ କନ୍ନଡ ଭାଷା ଜରିଆରେ କରାଯାଇଛି। ବର୍ତ୍ତମାନ ଏହି ସୁବିଧା ମହୀଶୂର, ବେଙ୍ଗାଲୁରୁ, ହୁବୁଳି ଷ୍ଟେସନ୍‌ରେ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି।

ସମ୍ବନ୍ଧିତ ଖବର