‘ଟ୍ରେନ୍‌ ଶୌଚାଳୟରେ ପାଣି ନାହିଁ, ମୁଁ ସିଟ୍‌କୁ ଆସି ରୋକିକି ବସିଛି’

ନୂଆଦିଲ୍ଳୀ: ସୋସିଆଲ୍‌ ମିଡିଆରେ କେତେବେଳେ କ’ଣ ଭାଇରାଲ୍‌ ହେବ ତାହା କେହି କେବେ ବି କହିପାରିବେନି। ନିକଟରେ ଅରୁଣ ନାମକ ଜଣେ ବ୍ୟକ୍ତିଙ୍କ ଟ୍ବିଟ୍‌ ଭାଇରାଲ୍‌ ହୋଇ ଚାଲିଛି। ଟ୍ରେନ୍‌ ଶୌଚାଳୟରେ ପାଣି ଆସୁନି ବୋଲି ଟ୍ବିଟ୍‌ କରି ଏବେ ଭାଇରାଲ୍‌ ହୋଇ ଚାଲିଛନ୍ତି ଅରୁଣ।

ଅରୁଣ ଟ୍ବିଟ୍‌ରେ ଲେଖିଥିଲେ କି ‘ମୁଁ ପଦ୍ମାବତ୍‌ ଏକ୍ସପ୍ରେସ୍‌ (୧୪୨୦୭)ରେ ଯାତ୍ରା କରୁଛି। ଶୌଚାଳୟ ଯାଇଥିଲି ସେଠାରେ ପାଣି ଆସୁନି। ଆଉ କ’ଣ କରିବି? ଓଲଟା ଆସି ରୋକିକି ସିଟ୍‌ରେ ବସିଛି। ଟ୍ରେନ୍‌ ବି ୨ ଘଣ୍ଟା ବିଳମ୍ବରେ ଚାଲୁଛି।’  ତାଙ୍କର ଏହି ଟ୍ବିଟ୍‌ର ରିପ୍ଲାଏ କରିଥିଲା ରେଳବାଇ। ରେଳବାଇ ପକ୍ଷରୁ ଅରୁଣଙ୍କୁ ତା‌ଙ୍କ ଯାତ୍ରା ବିବରଣୀ ମଗାଯାଇଥିଲା।

 

ଏହି ଟ୍ବିଟ୍‌ର ରିପ୍ଲାଏ ଦେଇ ରେଳବାଇ ଲେଖିଥିଲା, ‘ଅସୁବିଧା ପାଇଁ ଦୁଃଖିତ। ଆମେ ଆପଣଙ୍କୁ ଅନୁରୋଧ କରୁଛି କି ଦୟାକରି ଯାତ୍ରା ବିବରଣୀ (ପିଏନ୍‌ଆର୍‌/ୟୁଟିଏସ୍‌ ନମ୍ବର) ଏବଂ ମୋବାଇଲ୍‌ ନମ୍ବରୁ ଆମ ସହ ସେୟାର କରନ୍ତୁ।’

ଦେଖୁ ଦେଖୁ ଅରୁଣଙ୍କ ଏହି ଟ୍ବିଟ୍‌ ଭାଇରାଲ୍‌ ହୋଇଗଲା। ଶହ ଶହ ଲୋକ ତାଙ୍କ ଟ୍ବିଟ୍‌ ଉପରେ ପ୍ରତିକ୍ରିୟା ଦେବାରେ ଲାଗିଲେ। ଯଦିଓ ଟ୍ବିଟର୍‌ରେ ଅରୁଣଙ୍କର ମତ୍ର ୧୯ ଫଲୋୟର୍ସ ଅଛନ୍ତି। ମାତ୍ର ତାଙ୍କର ଏହି ଟ୍ବିଟ୍‌ରେ ଅଢ଼େଇ ଲକ୍ଷରୁ ଅଧିକ ଭିୟୁ ହୋଇ ସାରିଲାଣି। ତାଙ୍କର ଏହି ଗୋଟାଏ ଟ୍ବିଟ୍‌ ତାଙ୍କୁ ‌ଏବେ ସେଲିବ୍ରିଟି ବନାଇ ଦେଇଛି।

ସମ୍ବନ୍ଧିତ ଖବର