ଏଣିକି ବିଳମ୍ବରେ ଟ୍ରେନ୍‌ ଆସିଲେ ଯାତ୍ରୀଙ୍କୁ ମାଗଣାରେ ମିଳିବ ପାଣି ବୋତଲ ଓ ଖବରକାଗଜ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଏଣିକି ପ୍ରିମିୟମ ଟ୍ରେନଗୁଡ଼ିକରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମାଗଣାରେ ପାଣି ବୋତଲ ଯୋଗାଇବା ବୋଲି ଯୋଜନା କରିଛି। ତେବେ ମାଗଣା ପାଣି ବୋତଲ ସହ ଡିସ୍‌ପୋଜାଲ ଗ୍ଲାସ୍‌କୁ ଯାତ୍ରୀ ସେତେବେଳେ ଯାଇ ପାଇ ଯେତେବେଳେ ଟ୍ରେନ ନିର୍ଦ୍ଧାରିତ ସମୟଠାରୁ ବିଳମ୍ବରେ ପହଞ୍ଚିବ। ଏଥିସହ ଯାତ୍ରୀଙ୍କୁ ଖବରକାଗଜ ମଧ୍ୟ ଯୋଗାଇ ଦିଆଯିବ ବୋଲି ରେଳ ମନ୍ତ୍ରାଳୟ  ନିର୍ଦ୍ଦେଶ ଦେଇଛି ।

ସୂଚନାଯୋଗ୍ୟ, ରାଜଧାନୀ, ଦୁରନ୍ତ ଓ ଶତାବ୍ଦୀ ଟ୍ରେନ ୨ ଘଣ୍ଟାରୁ ଅଧିକ ବିଳମ୍ବ ହେଲେ, ଯାତ୍ରୀଙ୍କୁ ଏକ ଲିଟର ଲେଖାଏଁ ପାଣି ବୋତଲ ମାଗଣାରେ ମିଳିବ ଏବଂ ସବୁଯାତ୍ରୀ ଏହି ସୁବିଧାର ଫାଇଦା ଉଠାଇ ପାରିବେ। ଏହା ବ୍ୟତୀତ ୨୦ ଘଣ୍ଟା ପର୍ଯ୍ୟନ୍ତ ଟ୍ରେନ ଚାଲିଲେ, ଏକ ଲିଟର ପାଣି ବୋତଲ ଓ ଖବରକାଗଜ ପ୍ରତ୍ୟେକ ସିଟର ଯାତ୍ରୀଙ୍କୁ ଦିଆଯିବ । ଏହା ବ୍ୟତୀତ ପାଣି ଓ ଖବର କାଗଜ ଦେବାରେ କୌଣସି ଅସୁବିଧା ହେଲେ ଯାତ୍ରୀଙ୍କୁ ତା’ର ଉଚିତ ମୂଲ୍ୟ ପ୍ରଦାନ କରାଯିବାର ମଧ୍ୟ ସୁବିଧା ରହିଛି।

ସମ୍ବନ୍ଧିତ ଖବର