ରିଜର୍ଭ ବ୍ୟାଙ୍କ ଖୋଲିଲା ନୂଆ ଫିନ୍‌ଟେକ୍ ବିଭାଗ

ନୂଆଦିଲ୍ଲୀ: ନୂତନ ପ୍ରଯୁକ୍ତି ଜ୍ଞାନକୌଶଳକୁ ବ୍ୟବହାର କରି ଲୋକମାନଙ୍କୁ ବ୍ୟାଙ୍କିଙ୍ଗ୍‌ ଠ‌ାରୁ ଆରମ୍ଭ କରି ପେମେଣ୍ଟ୍‌ ପର୍ଯ୍ୟନ୍ତ ବହୁ ପ୍ରକାର ଆର୍ଥିକ ସେବା ପ୍ରଦାନ କରାଯାଉଛି। ଏହି କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢ଼ୁଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ନୂଆ ଫିନ୍‌ଟେକ୍ ବିଭାଗ ଖୋଲାଯାଇଛି। ଚଳିତ ମାସ ୪ ତାରିଖରେ ଏହି ବିଭାଗ ଖୋଲିଛି। ଏହି ବିଭାଗ ଫିନ୍‌ଟେକ୍‌ କ୍ଷେତ୍ରରେ ନବସୃଜନର ପ୍ରସାର କରିବ। ଏହା ସହିତ ବିଭିନ୍ନ ଆହ୍ବାନ ଓ ସୁଯୋଗକୁ ଚିହ୍ନଟ କରିବ। ଏହି ବିଭାଗ ଫିନ୍‌ଟେକ୍‌ କ୍ଷେତ୍ରର ନିୟାମକ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ।

ସମ୍ବନ୍ଧିତ ଖବର