ଆପ୍‌ରେ କାର୍‌ ୱାସ୍‌ ବୁକିଂ ସୁବିଧା

ଭୁବନେଶ୍ବର: କାର୍‌ ଓ ବାଇକ୍‌ ୱାସ୍ ସୁବିଧା ପ୍ରଦାନ କରୁଥିବା ବ୍ୟବସାୟୀମାନଙ୍କୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ଲାଗି ତେଜସ୍‌ ନାମକ ଏକ ନୂଆ ମୋବାଇଲ୍ ଆପ୍ ବିକଶିତ କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଆଣ୍ଡ୍ରଏଡ୍‌ ଫୋନ୍‌ ବ୍ୟବହାରକାରୀଙ୍କ ଲାଗି ଉପଲବ୍ଧ ହୋଇଛି। ଏହା ବ୍ୟତୀତ ତେଜସ୍‌ ଅନ୍‌ଲାଇନ୍ ଡଟ୍‌ କମ୍‌ ୱେବସାଇଟ୍‌ ଜରିଆରେ ମଧ୍ୟ ଏହି ସୁବିଧା ହାସଲ କରାଯାଇପାରିବ। ଆଜି ତେଜସ୍‌ ଆପ୍‌କୁ ଉନ୍ମୋଚନ କରାଯାଇଛି। ଏହି ଆପ୍‌ରେ କାର୍ ମାଲିକ ଓ କାର୍‌ ୱାସ୍ ସେବା ପ୍ରଦାନକାରୀମାନେ ଯୋଡ଼ିହୋଇପାରିବେ। ଗ୍ରାହକମାନେ ନିଜ ପସନ୍ଦର ସେବା ପ୍ରଦାନକାରୀ ଚୟନ କରିପାରିବେ।

କାର୍‌ ୱାସ୍ ପାଇଁ ନିଜକୁ ସୁହାଇବା ଭଳି ସମୟରେ ବୁକିଂ ମଧ୍ୟ କରିପାରିବେ ବୋଲି କଂପାନିର ଏମ୍‌ଡି ଅପସ୍ମିତା ତ୍ରିପାଠୀ କହିଛନ୍ତି। ଏହି ସେବା ଏବେ ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର ଓ ପାରାଦୀପରେ ଉପଲବ୍ଧ ହୋଇଛି। ଆସନ୍ତା‌ ଏକ ମାସ ଭିତରେ ଏହି ସେବା ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ତାଳଚେର, ଢେଙ୍କାନାଳ, ବାଲେଶ୍ବର ଓ ବାରିପଦାକୁ ସମ୍ପ୍ରସାରଣ କରିବାକୁ କଂପାନି ଲକ୍ଷ୍ୟ ରଖିଛି। ଯଦିଓ ତେଜସ୍‌ ଏହାର ଯାତ୍ରାକୁ କାର୍‌ ୱାସିଂ ସେବାରୁ ଆରମ୍ଭ କରିଛି, କିନ୍ତୁ ଆଗାମୀ ଦିନରେ ଏହା ସବୁ ଅଣସଂଗଠିତ କ୍ଷେତ୍ର ଯଥା ଦୁଗ୍ଧ ବିକ୍ରେତା ଓ ସେଲୁନ ଆଦିକୁ ସଂଗଠିତ କରିବାକୁ ଚାହୁଛି। ଏହା ଦ୍ବାରା ଏହି କ୍ଷେତ୍ରର ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ଲାଭବାନ ହେବେ ବୋଲି କଂପାନି ଭାବୁଛି।

ସମ୍ବନ୍ଧିତ ଖବର