ଜୁଲାଇରେ ବିବାହ କରିବେ ବିଗ୍ ବସ୍-୧୬ର ଲୋକପ୍ରିୟ ପ୍ରତିଯୋଗୀ ଅବଦୁ

ମୁମ୍ବାଇ: ରିୟାଲିଟି ସୋ ବିଗ୍ ବସ୍ ୧୬ରେ ପ୍ରତିଯୋଗୀ ଭାବେ ଆସି ଅବଦୁ ରୋଜିକ୍ ଲୋକପ୍ରିୟ ହୋଇଥିଲେ। ପୂର୍ବରୁ ଦେଶ‌ ବାହାରେ ତାଙ୍କୁ ଲୋକେ ଚିହ୍ନୁଥିବା ବେଳେ ବିଗ୍ ବସ୍ ତାଙ୍କୁ ଭାରତରେ ଲୋକପ୍ରିୟ କରାଇଥି‌ଲା। ୩ଫୁଟ ଉଚ୍ଚର ଅବଦୁ ରୋଜିକ୍ ବିଗ୍ ବସରେ କହିଥିଲେ ଯେ, ସେ ବିବାହ କରିବାକୁ ଚାହାନ୍ତି। ସେଥିପାଇଁ ସେ ସ୍ବତନ୍ତ୍ର ମଣିଷକୁ ଅପେକ୍ଷା କରିଛନ୍ତି। ଏବେ ଅବଦୁଙ୍କର ସ୍ୱପ୍ନ ପୂରଣ ହେବାକୁ ଯାଉଛି। ଅବଦୁ ତାଙ୍କ ସ୍ୱପ୍ନର ରାଣୀକୁ ପାଇଥିବା ସହ ଖୁବଶୀଘ୍ର ତାଙ୍କୁ ବିବାହ କରିିବାକୁ ଯାଉଥିବା ସାମ୍ନାକୁ ଆସିଛି। ଅବଦୁ ରୋଜିକ୍ ନିଜେ ଏହା ବିଷୟରେ କହିଛନ୍ତି।

 

View this post on Instagram

 

A post shared by Abduroziq Official (@abdu_rozik)

ଅବଦୁ ରୋଜିକ୍ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଲେଖିଛନ୍ତି, ‘ମୁଁ କେବେ ଭାବି ନଥିଲି ଯେ ମୋ ଜୀବନରେ କେହି ଆସିବେ। ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରୁଛି ଯେ ମୋତେ ମୋ ମନର ମଣିଷ ମିଳିଛନ୍ତି, ଯିଏ ମୋତେ ସମ୍ମାନ କରନ୍ତି ଏବଂ ମୋର ଯତ୍ନ ନିଅନ୍ତି | ସେ ଏବଂ ମୁଁ ଜୁଲାଇ ୭ରେ ବିବାହ କରୁଛୁ । ଏହି ଖବର ଦେଇ ମୁଁ ବହୁତ ଖୁସି।

ସମ୍ବନ୍ଧିତ ଖବର