ଲଗାତାର ୩ୟ ଦିନ ପାଇଁ ଷ୍ଟକବଜାରରେ ହ୍ରାସ, ୧୦୬୨ ପଏଣ୍ଟ କମିଲା ସେନସେକ୍ସ

ମୁମ୍ବାଇ : ବିଶ୍ବବଜାରରେ ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଦେଖିବାକୁ ମିଳୁଛି। ବଜାରରେ ଲଗାତାର ବିକ୍ରି ହେଉଛି। ଗୁରୁବାର ଲଗାତାର ତୃତୀୟ ଦିନ ପାଇଁ ବଜାରରେ ହ୍ରାସ ଜାରି ରହିଛି। ବିଏସ୍ଇ ସେନସେକ୍ସ ୧୦୬୨.୨୨ ପଏଣ୍ଟ ହ୍ରାସ ପାଇ ୭୨,୪୦୪.୧୭ରେ ବନ୍ଦ ହୋଇଛି। ସେହିପରି ଏନ୍ ଏସଇ ନିଫ୍ଟି ୩୩୫.୪୦ ପଏଣ୍ଟ ହ୍ରାସ ପାଇ ୨୧,୯୬୭.୧୦ରେ ପହଞ୍ଚିଛି। ବଜାରରେ କେବଳ ଅଟୋ ସେୟାର ବୃଦ୍ଧି ପାଇଛି।

ବଜାର ବିଶେଷଜ୍ଞଙ୍କ ମତରେ ବଜାର ହ୍ରାସ ପାଇବାର ଅନେକ କାରଣ ରହିଛି। ଏହାର ସବୁଠାରୁ ବଡ଼ କାରଣ ହେଉଛି ସାଧାରଣ ନିର୍ବାଚନ। ସାଧାରଣ ନିର୍ବାଚନକୁ ନେଇ ବଜାର ଚିନ୍ତାର ଶିକାର ହୋଇଛି। ଏହାବ୍ୟତୀତ ବିଦେଶୀ ନିବେଶକଙ୍କ ଦ୍ୱାରା ପ୍ରବଳ ବିକ୍ରି ହେଉଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଟାଟା କନସଲଟାନ୍ସି ସର୍ଭିସେସ୍, ଏଚ୍ଡିଏଫ୍ସି ବ୍ୟାଙ୍କ ଭଳି ହେଭିୱେଟ୍ ଷ୍ଟକ ହ୍ରାସ ପାଉଛି। ଏହା ବ୍ୟତୀତ ଅଶୋଧିତ ତୈଳ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅନେକ କମ୍ପାନୀର ଫଳାଫଳ ଖରାପ ରହିଛି । ଏହି ସବୁ କାରଣ ବଜାରର ମୁଡ୍ ଖରାପ କରିଛି, ଯାହା ଫଳରେ ବିକ୍ରି ଆରମ୍ଭ ହୋଇଛି। ବିଶ୍ୱ ତୈଳ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୦.୪୩ ପ୍ରତିଶତ ବୃଦ୍ଧି ପାଇ ୮୩.୯୪ ଡଲାରରେ ପହଞ୍ଚିଛି

ସମ୍ବନ୍ଧିତ ଖବର