ମା’ ତୁ ବ୍ୟସ୍ତ ହେବୁନାହିଁ ମୁଁ କୌଣସି ଭୁଲ ପଦକ୍ଷେପ ଉଠାଇବି ନାହିଁ

ନୂଆଦିଲ୍ଲୀ: ରାଜସ୍ଥାନର କୋଟାରୁ ଗୁରୁବାର ନେଟ ୟୁଜି ପାଇଁ କୋଚିଂ ନେଉଥିବା ଜଣେ ଛାତ୍ର ନିଖୋଜ ହୋଇଥିବ‌ା ଘଟଣା ସାମ୍ନାକୁ ଆସିଛି। ନିଖୋଜ ଛାତ୍ରର ନାମ ରାଜେନ୍ଦ୍ର ମୀନା ବୟସ ୧୯ବର୍ଷ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷା ନେଟ ୟୁଜି ୨୦୨୪ ପାଇଁ କୋଚିଂ ନେବା ଲାଗି ଗଙ୍ଗାପୁର ଜିଲ୍ଲାର ବାମନବାସରୁ ରାଜେନ୍ଦ୍ର ମୀନା କୋଟା ଆସିଥିଲେ । କିନ୍ତୁ ହଷ୍ଟେଲରୁ ସେ ମଇ ୬ ତାରିଖରୁ କେଉଁଆଡେ ନିଖୋଜ ହୋଇଯାଇଥିବା ପରିବାରଲୋକ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ନିଖୋଜ ହେବା ପୂର୍ବରୁ ରାଜେନ୍ଦ୍ର ମୀନା ମା’ଙ୍କ ପାଖକୁ ହ୍ବାଟସ ଆପରେ ଏକ ବାର୍ତ୍ତା ପଠାଇଥିଲେ। ଯାହାକୁ ଆଧାର କରି ପରିବାରଲୋକ ପୁଅ ସହିତ ଯୋଗାଯୋଗ କରିଥିଲେ କିନ୍ତୁ କୌଣସି ଯୋଗାଯୋଗ ହୋଇପାରି ନଥିବା କଥା  ରାଜେନ୍ଦ୍ର ମିନାଙ୍କ ବାପା ଜଗଦୀଶ ମୀନା ନିଜ ଅଭିଯୋଗରେ କହିଛନ୍ତି।

ରାଜେନ୍ଦ୍ର ତାଙ୍କ ମା’ଙ୍କୁ ପଠାଇଥିବା ମେସେଜରେ ଲେଖିଥିଲେ, ‘ମୁଁ ଘର ଛାଡି ଯାଉଛି ମା’। ଆଗକୁ ପାଠପଢ଼ିବା ପାଇଁ ମୋର ଇଚ୍ଛ‌ା ନାହିଁ। ମୁଁ ଅଧିକ ପଢ଼ି ପାରିବି ନାହିଁ। ଆସନ୍ତା ୫ବର୍ଷ ଯାଏଁ ମୁଁ ଘରକୁ ଫେରିବି ନାହିଁ। ମା’ ତୁ ଚିନ୍ତା କରିବୁ ନାହିଁ। ତୋ ପୁଅ କୌଣସି ଭୁଲପଦକ୍ଷେପ ଉଠାଇବ ନାହିଁ।

ମୋବାଇଲ୍ ମୁଁ ବିକ୍ରି କରିଦେବି ତେଣୁ ତୁ ମୋତେ ଆଉ ଯୋଗାଯୋଗ କରିବାକୁ ଚେଷ୍ଟା କରିବୁ ନାହିଁ। ମୋ ପାଖରେ ସମସ୍ତଙ୍କ ନମ୍ବର ଅଛି। ସମୟ ଦେଖି ମୁଁ କଲ କରିବି। ବାପାଙ୍କୁ ବୁଝାଇ ଦେବୁ।’

 

ସମ୍ବନ୍ଧିତ ଖବର