ଅନନ୍ୟାଙ୍କୁ ଛାଡ଼ି ଏବେ ସାରାଙ୍କୁ ଡେଟ୍ କରୁଛନ୍ତି ଆଦିତ୍ୟ !

ମୁମ୍ବାଇ: ଗତ କିଛି ଦିନ ହେବ ବଲିଉଡ ଅଭିନେତା ଆଦିତ୍ୟ ରୟ କପୁର ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ବ୍ରେକଅପ ହୋଇଥିବା ନେଇ ଚର୍ଚ୍ଚା ହୋଇଆସୁଛି। କିଛି ମାସ ହେବ ଏହି ଚର୍ଚ୍ଚା ହେଉଥିଲେ ବି ଦୁହେଁ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି। କିଛି ଦିନ ତଳେ ଅନନ୍ୟା କରିଥିବା ପୋଷ୍ଟକୁ ନେଇ ଏଭଳି ଚର୍ଚ୍ଚା ଆରମ୍ଭ ହୋଇଥିଲା, ଯାହା ବ୍ରେକଅପ ଚର୍ଚ୍ଚାକୁ ବଢ଼ାଇଥିଲା। ଏଭଳି ଚର୍ଚ୍ଚା ମଧ୍ୟରେ ଏବେ ଆଦିତ୍ୟ, ଅଭିନେତ୍ରୀ ସାରା ଅଲୀ ଖାନଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଦୁହିଁଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଆଦିତ୍ୟ, ସାରାଙ୍କୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହେଉଛି। ଦୁହିଁଙ୍କୁ ଏକ ପାର୍ଟିରେ ଏକାସାଙ୍ଗରେ ଦେଖିବାକୁ ମିଳିଥିଲା। ନିର୍ଦ୍ଦେଶକ ଅନୁରାଗ ବାସୁଙ୍କ ଜନ୍ମଦିନ ପାର୍ଟିରେ ଆଦିତ୍ୟ ଓ ସାରା ପହଞ୍ଚିଥିବା ବେଳେ ପାଖରେ ନଥିଲେ ଅନନ୍ୟା। ଏହାକୁ ଦେଖିବା ପରେ ଅନନ୍ୟାଙ୍କ ସହ ଆଦିତ୍ୟଙ୍କ ବ୍ରେକଅପ ହୋଇଥିବା ନେଇ ସ୍ପଷ୍ଟ ହୋଇଛି ବୋଲି ଏବେ ଲୋକେ କହିବା ଆରମ୍ଭ କରିଛନ୍ତି। ମାର୍ଚ୍ଚରେ ଅଲଗା ହେବା ପରେ ଏବେ ଆଦିତ୍ୟ ସାରାଙ୍କ ସହ ବନ୍ଧୁତା କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

କିଛି ଦିନ ତଳେ ଇନଷ୍ଟା ଷ୍ଟାଟସରେ ଅନନ୍ୟ‌ା ଲେଖିଥିଲେ, “ଯାହାକୁ ତୁମ ପାଇଁ ଭଗବାନ ଲେଖିଥିବେ, ସେ ଆପେ ଆପେ ତୁମ ପାଖକୁ ଆସିବ। ତୁମେ ତାକୁ ଯେତେ ବି ନିଜ ଜୀବନରୁ ଦୂରେଇ ରଖିଲେ ବି ସେ ପୁଣି ତୁମ ପାଖକୁ ଆସିବ।”

ସମ୍ବନ୍ଧିତ ଖବର