ଓଡ଼ିଶାରେ ଟାଟା ପାୱାରର ୩୦୭ କୋଟି ଲାଭ

ଭୁବନେଶ୍ବର: ରାଜ୍ୟର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାକୁ ଅଧିଗ୍ରହଣ କରିଥିବା ଟାଟା ପାୱାର ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ୩୦୭ କୋଟି ଟଙ୍କାର ଟିକସ ପରବର୍ତ୍ତୀ ଲାଭ କରିଛି। କମ୍ପାନିର ଚାରି ଡିସ୍‌କମ୍‌ ସମୁଦାୟ ବୈଷୟିକ ଓ ବାଣିଜ୍ୟିକ କ୍ଷତି (ଏଟିଆଣ୍ଡସି)ରେ ହ୍ରାସ ଆଣିଛନ୍ତି। ୨୦୨୨-୨୩ରେ ଏହି କ୍ଷତି ୨୧.୫ ପ୍ରତିଶତ ଥିବା ବେଳେ ୨୦୨୩-୨୪ରେ ତାହା ୧୮.୮ ପ୍ରତିଶତକୁ ହ୍ରାସ ପାଇଥିବା କମ୍ପାନି ଦାବି କରିଛି। ଟାଟା ପାୱାରର ଆର୍ଥିକ ଫଳାଫଳ ଘୋଷଣା କରିବା ଅବସରରେ କମ୍ପାନିର ସିଇଓ ଓ ଏମ୍‌ଡି ଡ. ପ୍ରବୀର ସିହ୍ନା କହିଛନ୍ତି ଯେ ଓଡ଼ିଶା ଡିସ୍‌କମ୍‌ଗୁଡ଼ିକ ଘରୋଇ ସରକାରୀ ସହଭାଗିତା ମଡେଲ୍‌ର ଏକ ସଫଳ କାହାଣୀ ଭାବେ ଉଭା ହୋଇଛି। ତିନି ବର୍ଷ ଭିତରେ କମ୍ପାନିଗୁଡ଼ିକ ଲାଭ କରିଛନ୍ତି। ଅନ୍ୟ ଯେକୌଣସି ସ୍ଥାନ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାର ଘରୋଇକରଣ ହେଲେ ତାହା ହାସଲ କରିବା ଲାଗି ଆମେ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର