ପେଟ୍ରୋଲିୟମ୍ କୋକ୍ ବ୍ୟବହାର ଲାଗି ବେଦାନ୍ତର ଆବେଦନ

ନୂଆଦିଲ୍ଲୀ: ଝାରସୁଗୁଡ଼ାସ୍ଥିତ ସ୍ବତନ୍ତ୍ର ଅର୍ଥନୈତିକ ଜୋନ(ଏସଇଜେଡ୍)ରେ ସି ପି କୋକ୍ କଞ୍ଚାମାଲର ବ୍ୟବହାର ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟର ବୋର୍ଡ ଅଫ୍ ଆପ୍ରୁଭାଲ ନିକଟରେ ବେଦାନ୍ତ ଆବେଦନ କରିଛି। ୨୦୧୮ ଅଗଷ୍ଟ ୧୭ ତାରିଖରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ ଏକ ବିଜ୍ଞପ୍ତି ଜାରି କରି ପେଟ୍ରୋଲିୟମ କୋକ୍‌ର ବ୍ୟବହାରକୁ ନିଷିଦ୍ଧ କରିଥିଲେ। ହେଲେ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମାର୍ଚ୍ଚ ୨୮, ୨୦୧୮ ବିଜ୍ଞପ୍ତିରେ ବେଦାନ୍ତର ଏସଇଜେଡ୍‌କୁ ଏହି କୋକ୍‌ ବ୍ୟବହାର କରିବା ପାଇଁ ଅନୁମତି ଦିଆଯାଇଥିଲା। ଏହାକୁ ବ୍ୟବହାର କରିବା ପୂର୍ବରୁ ଏସଇଜେଡ୍ ନିୟମ-୨୦୦୬ ଅନ୍ତର୍ଗତ ବୋର୍ଡ ଅଫ୍ ଆପ୍ରୁଭାଲର ଅନୁମୋଦନର ଆବଶ୍ୟକତା ରହିଥିଲା। ଏହାକୁ ଦୃଷ୍ଟିରେ ରଖି ବେଦାନ୍ତ ପକ୍ଷରୁ ବୋର୍ଡ ଅଫ୍ ଆପ୍ରୁଭାଲର ମଞ୍ଜୁରି ପାଇଁ ଆବେଦନ କରାଯାଇଛି। ନଭେମ୍ବର ୧୫ରେ କେନ୍ଦ୍ର ବାଣିଜ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୋର୍ଡ ଅଫ୍ ଆପ୍ରୁଭାଲରେ ୯୩ତମ ବୈଠକରେ ବେଦାନ୍ତର ଆବେଦନ ଉପରେ ବିଚାର କରି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର