୩ କୋଟି ଟଙ୍କା ନଦେବାରୁ ଜନ୍ମକଲା ବାପମାଆଙ୍କୁ ବନ୍ଧକ ରଖି ଶାରୀରିକ ନିର୍ଯାତନା ଦେଉଥିଲା ଝିଅ

‌ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସଂପତ୍ତି ପାଇଁ ଜଣେ ଝିଅ ନିଜ ବାପାମାଆଙ୍କୁ ୪ ମାସ ଧରି ବନ୍ଧକ ରଖିଥିବା ଅଭିଯୋଗ ହୋଇଛି। ବିବାହିତା ଯୁବତୀ ଜଣକ ନିଜ ବାପାମାଆ ଓ ଭାଇଙ୍କ ସହ ସଂପତ୍ତି ପାଇଁ ସୀମା ଲଂଘିଥିବା ପରି ମାମଲା ଦେଖିବାକୁ ମିଳିଛି।

ସୂଚନା ରହିଛି ଯେ ଝିଅ ଜଣକ ତାଙ୍କ ବାପାମାଆଙ୍କୁ ୩ କ‌ୋଟି ଟଙ୍କା ଦାବି କରିଥିଲେ। ବାପାମାଆ ଝିଅର ଦାବି ପୂରା ନକରିବାରୁ ସେ ସେମାନଙ୍କୁ ବନ୍ଧକ ରଖି ଶାରୀରିକ ନିର୍ଯାତନା ଦେଉଥିଲେ।

ପଡ଼ୋଶୀଙ୍କ ଅଭିଯୋଗକୁ ଭିତ୍ତିକର ପୁଲିସ୍‌ ତୁରନ୍ତ ହସ୍ତକ୍ଷେପ କରି ବୃଦ୍ଧ ଦମ୍ପତିଙ୍କୁ ବନ୍ଧକରୁ ମୁକ୍ତ କରି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହି ଘଟଣାଟି ହେଉଛି ଆରେରା କଲୋନିର।

ସାମାନ୍ୟା ସଂପତ୍ତି ପାଇଁ ଜଣେ ଝିଅ ନିଜ ଜନ୍ମକଲା ବାପାମାଆଙ୍କ ପ୍ରତି ଯେଉଁଭଳି ଆଚରଣ ପ୍ରଦର୍ଶନ କରିଛି ତାହା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଜଣିବାକୁ ମିଳିଛି ଯେ ନୃଶଂସ ଝିଅ ତା’ର ବାପାମାଆଙ୍କୁ କ୍ରିକେଟ୍‌ ବ୍ୟାଟ୍‌‌ରେ ମାଡ଼ ମାରୁଥିଲା। ତେବେ ଉଭୟ ବୃଦ୍ଧ ଓ ବୃଦ୍ଧା ଶାରୀରିକ ନିର୍ଯାତନାର ଶିକାର ହୋଇଥିବା ‌ବେଳେ ସେମାନଙ୍କ ଶରୀରରେ କ୍ଷତ ଚିହ୍ନ ସବୁ ଦେଖିବାକୁ ମିଳିଛି। ପୁଲିସ୍‌ ଏବେ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ତେବେ ଜଣେ ଯୁବକଙ୍କ କଥା ଆସି ଦମ୍ପତିଙ୍କ ଝିଅ ସେମାନଙ୍କୁ ନିର୍ଯାତନା ଦେଉଥିବା ବାପାମାଆ ପୁଲିସ୍ ଆଗରେ ଅଭିଯୋଗ କରିଛନ୍ତି। ଏପରିକି ଝିଅ ଜୋର୍‌ ଜବରଦସ୍ତ କିଛି ସଂପତ୍ତି ନିଜ ନାମରେ କରିନେବା ସହ ପେନ୍‌ସନ୍ ଟଙ୍କା ବି ଅଭିଯୁକ୍ତା ଉଠାଉଛନ୍ତି।

 

 

ସମ୍ବନ୍ଧିତ ଖବର