ଲୋଭ ପାଇଁ ଗ୍ରାହକ ହରାଇଲେ ୧୧ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ଲୋକଙ୍କୁ ବାରମ୍ବାର ସାଇବର ଅପରାଧ ଘଟଣା ବିଷୟରେ ଅବଗତ କରାଇବା ସହିତ ଏଦିଗ ପ୍ରତି ସତର୍କ ରହିବାକୁ କୁହାଯାଉଛି। ଏହା ସତ୍ତ୍ବେ ବି  କିଛିଲୋକ ଜାଣି ନପାରି ସାଇବର ଅପରାଧୀ ବିଛାଇଥିବା ଜାଲରେ ଫସି ଯାଉଛନ୍ତି। ନିକଟରେ ଜଣେ ଗ୍ରାହକଙ୍କୁ ସାଇବର ଅପରାଧୀ ଖୁବ ସହଜରେ ଠକି ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୧ଲକ୍ଷ ଟଙ୍କା ନେଇଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଉକ୍ତ ଗ୍ରାହକଙ୍କ ପାଖକୁ ହ୍ବାଟସଆପ ଜରିଆରେ ଏକ ମେସେଜ ଆସିଥିଲା। ଏହି ମେସେଜରେ ଦାବି କରାଯାଇଥିଲା କି ଖୁବ ସହଜରେ ଆପଣ ୫୦ଟଙ୍କା ରୋଜଗାର କରି ପାରିବେ। ଏଥିପାଇଁ ଗୁଗୁଲ ମ୍ୟାପରେ ରେଟିଂ ଦେବାକୁ ପଡ଼ିବ। ପ୍ରତ୍ୟେକ ଷ୍ଟକରେ ୫୦ଟଙ୍କାର ପେମେଣ୍ଟ ମିଳିବ।

ଏହାପରେ ପୀଡ଼ିତ ଗୁଗୁଲ ମ୍ୟାପରେ ରେଟିଂ କରି ଚାଲିଥିଲେ। ପ୍ରଥମେ ସାଇବର ଅପରାଧୀ ତାଙ୍କୁ ୩୦୦ଟଙ୍କା ପଠାଇଥିଲେ। ଏଥିରେ ପୀଡ଼ିତଙ୍କ ବିଶ୍ବାସ ହୋଇଯାଇଥିଲା। ଏହାର ସୁଯୋଗ ନେଇ ସାଇବର ଅପରାଧୀ ଗ୍ରାହକଙ୍କୁ କହିଥିଲେ ପ୍ରିପେଡ ଟାସ୍କରେ ଭଲ ରିଟର୍ଣ୍ଣ ଆସିଥାଏ।

ସାଇବର ଅପରାଧୀଙ୍କ ଏଭଳି ଅଫର ଶୁଣି ପୀଡ଼ିତଙ୍କ ଲୋଭ ହୋଇ ଯାଇଥିଲା। ସେ ୧୧ଲକ୍ଷ ଟଙ୍କା ପୈଠ କରି ଦେଇଥିଲେ। ଏ ଟଙ୍କାର କୌଣସି ରିଟର୍ଣ୍ଣ ରାଶି ନଆସିବା ଦେଖି ଗ୍ରାହକ ଟଙ୍କା ମାଗିଥିଲେ। ଏହାପରେ ଅପରାଧୀ ତାଙ୍କୁ ଆହୁରି ଅଧିକ ଟଙ୍କା ଏଥିରେ ପୈଠ ପାଇଁ କହିଥିଲେ। ଏଥିରେ ପୀଡ଼ିତ ସ‌ାଇବର ଅପରାଧୀଙ୍କ ଶିକାର ହୋଇଯାଇଥିବା ଜାଣିବାକୁ ପାଇ ଅଭିଯୋଗ କରିଥି‌ଲେ। ଏହି ଘଟଣାର ଯାଞ୍ଚ ଚାଲିଛି।

ସମ୍ବନ୍ଧିତ ଖବର