ଦିଲ୍ଲୀରେ ମହିଳା ଡ଼ାକ୍ତରଙ୍କ ଗଳା କାଟି ହତ୍ୟା, ୨ସନ୍ଦିଗ୍ଧ ବନ୍ଧୁ ଫେରାର

ନୂଆଦିଲ୍ଲୀ : ଉତ୍ତର ଦିଲ୍ଲୀରେ ରହୁଥିବା ଜଣେ ୨୫ବର୍ଷୀୟ ମହିଳା ଡ଼ାକ୍ତରଙ୍କ ଗଳା କାଟି ହତ୍ୟା କରାଯାଇଛି । ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିବା ବେଳେ ମୃତ ମହିଳାଙ୍କ ଘର ପାଖରେ ରହୁଥିବା ଦୁଇ ଯୁବକ ଫେରାର ଅଛନ୍ତି । ମୃତ ମହିଳାଙ୍କ ନାଁ ଗରିମା ମିଶ୍ରା ବୋଲି ଜଣା ପଡ଼ିଛି । ତେବେ ଫେରାର ଥିବା ୨ଯୁବକଙ୍କ ମଧ୍ୟରୁ ଜଣେ ମହିଳାଙ୍କ ବନ୍ଧୁଥିଲେ ବୋଲି କହିଛି ପୁଲିସ । ଫେରାର ଥିବା ଦୁଇ ଯୁବକ ମଧ୍ୟ ଡ଼ାକ୍ତରୀ ଛାତ୍ର ବୋଲି ଜଣା ପଡ଼ିଛି ।

AI News

ପୁଲିସ ଦେଇଥିବା ସୂଚନା ମୁତାବକ, ଉତ୍ତରପ୍ରଦେଶର ଗୋରଖପୁରରେ ରହୁଥିବା ଡ଼ାକ୍ତର ଗରିମା ମିଶ୍ରା ଏମ୍‌ବିବିଏସ୍‌ ପରେ ଦିଲ୍ଲୀରେ ରହି ଏମ୍‌ଡି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ । ମଙ୍ଗଳବାର ରାତିରେ ମୃତ ମହିଳାଙ୍କ ଦାଦା ପୁଅ ଭାଇ ତାଙ୍କୁ ଦେଖା କରିବା ପାଇଁ ଆସିବା ପରେ ଗରିମାଙ୍କୁ ରକ୍ତାକ୍ତ ଅବସ୍ତାରେ ତଳେ ପଡ଼ିଥିବାର ଦେଖିଥିଲେ । ଏ ନେଇ ପୁଲିସକୁ ଖବର ଦିଆଯିବା ପରେ ଏତଲା ରୁଜୁ କରି ଫେରାର ଥିବା ୨ଯୁବକଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର