ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ କମାଲ ଆର୍‌ ଖାନ୍‌, କହିଲେ; ପୁଣି ଥରେ ମୋଦୀ ପ୍ରଧାନମନ୍ତ୍ରୀ ହେଲେ କୋଟିପତି ସବୁ ଦେଶ ଛାଡ଼ି ଚାଲିଯିବେ

ନୂଆଦିଲ୍ଲୀ : ନିର୍ବାଚନର ତାରିଖ ଘୋଷଣା ହେବା ପରଠାରୁ ରାଜନୀତି ସହ ଜଡ଼ିତ ବିଭିନ୍ନ ବିଷୟକୁ ନେଇ କଟାକ୍ଷ କରି ଆସିଛନ୍ତି ବଲିଉଡ୍‌ ଅଭିନେତା କମାଲ ଆର୍‌ ଖାନ୍‌ । ଏବେ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିବା ଦେଖା ଯାଇଛି । ଗୋଟେ ପରେ ଗୋଟେ ଟୁଇଟ୍‌ କରି, ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ହେଲେ ଭାରତର ୧୦,୦୦୦କୋଟିପତି ଦୁବାଇ ଚାଲିଯିବେ ବୋଲି କହିଛନ୍ତି କମାଲ ।

ପ୍ରଥମ ଟୁଇଟ୍‌ରେ, ୫,୦୦୦ ଭାରତୀୟ କୋଟିପତି ୨୦୧୮ରେ ଭାରତ ଛାଡ଼ି ଦୁବାଇ ପଳାଇଥିଲେ । ଏହା ସହ ରୁଷର ୭,୦୦୦ ଏବଂ ଚୀନ୍‌ର ୧୫,୦୦୦କୋଟିପତି ମଧ୍ୟ ୨୦୧୮ରେ ଦୁବାଇ ଚାଲି ଯାଇଥିଲେ । ସବୁ କୋଟିପତିଙ୍କୁ ରହିବା ପାଇଁ ଏକ ସୁରକ୍ଷିତ ସ୍ଥାନ ଦରକାର । ତାହା ହେଉଛି ଦୁବାଇ ।

ଦ୍ୱିତୀୟ ଟୁଇଟ୍‌ରେ, ଯଦି ପୁଣି ଥରେ ମୋଦୀଜୀ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଭାରତରୁ ୧୦,୦୦୦କୋଟିପତି ଭାରତ ଛାଡ଼ି ଦୁବାଇ ଚାଲିଯିବେ । ସବୁ ଧନୀ ଲୋକ ଶାନ୍ତିପୂର୍ଣ୍ଣ ବାତାବରଣରେ ରହିବାକୁ ଚାହାନ୍ତି । ଯେଉଁଠି ଲୋକେ ଧର୍ମ, ଜାତି, ଚାକିରି, ରାଜ୍ୟ ଏବଂ ଭାଷାକୁ ନେଇ ଝଗଡ଼ା କରୁଛନ୍ତି, ସେଭଳି ଦେଶରେ କୌଣସି ଧନୀ ଲୋକ ରହିବାକୁ ଚାହିଁବେ ନାହିଁ ବୋଲି ଲେଖିଥିଲେ କମାଲ ଆର୍‌ ଖାନ୍‌ ।

ସମ୍ବନ୍ଧିତ ଖବର