ଦୁଷ୍କର୍ମର ଶିକାର ହେଲେ ବିଦେଶିନୀ, ଗାଡ଼ି ଭିତରେ ଦୁଷ୍କର୍ମ କଲା ଟ୍ୟାକ୍ସି ଚାଳକ

କୁଲ୍ଲ : କଥାରେ ଅଛି ‘ଅତିଥି ଦେବୋ ଭବଃ’ । ଏହି କଥାକୁ ସଠିକ୍‌ ବୋଲି ପ୍ରମାଣ କରିବା ପାଇଁ ସରକାର ଅନେକ ଉଦ୍ୟମ କରୁଥିବା ବେଳେ ଦେଶର ଲୋକମାନେ ହିଁ ଏହି କଥାଟିକୁ ଭୁଲ ପ୍ରମାଣ କରି ଦେଉଛନ୍ତି । ବିଦେଶରୁ ଭାରତକୁ ଆସୁଥିବା ପର୍ଯ୍ୟଟକମାନଙ୍କ ସହ ଭଲ ବ୍ୟବହାର କରିବା ଅପେକ୍ଷା କିଛି ଲୋକ ସେମାନଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି । ସେଭଳି ଏକ ଘଟଣା ଘଟିଛି ହିମାଚଳପ୍ରଦେଶର କୁଲ୍ଲରେ । ଜାପାନରୁ ଭାରତ ଭ୍ରମଣରେ ଆସିଥିବା ଜଣେ ବିଦେଶିନୀ କୁଲ୍ଲରେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

wheadlines.com

ବିଦେଶିନୀ ଜଣଙ୍କ ଟ୍ୟାକ୍ସି ଯୋଗେ କୌଣସି ସ୍ଥାନକୁ ଯାଉଥିବା ବେଳେ ଗାଡ଼ି ଭିତରେ ଚାଳକ ଜଣଙ୍କ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି ଘଟଣା ଘଟିବା ପରେ ଦୁଷ୍କର୍ମ ପୀଡ଼ିତା ପୁଲିସରେ ଯାଇ ଅଭିଯୋଗ କରିବା ସହ ଅଭିଯୁକ୍ତ ଦେଖିବାକୁ କିପରି ସେ ବିଷୟରେ ଜଣାଇଥିଲେ । ବିଦେଶିନୀ ଦେଇଥିବା ସୂଚନା ଅନୁସାରେ ପୁଲିସ ଅଭିଯୁକ୍ତ ଚାଳକକୁ ଗିରଫ କରିବା ସହ ପୀଡ଼ିତାଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ହସ୍ପିଟାଲ ପଠାଇଥିବା ଜଣା ଡ଼ିଛି । ଏ ନେଇ ଅଧିକ ତଦନ୍ତ ଏବେ ଜାରି ରହିଛି ।

ସମ୍ବନ୍ଧିତ ଖବର