୪୫ ବର୍ଷୀୟ ମାଲିକାଣୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ୧୭ ବର୍ଷୀୟ ନାବାଳକ

ଚେନ୍ନାଇ: ବାରମ୍ବାର ନାବାଳିକା ଦୁଷ୍କର୍ମ ଅଭିଯୋଗ ନେଇ ସମଗ୍ର ଭାରତ ବର୍ଷରେ ପୋକ୍‌୍‌ସୋ ଆଇନ୍‌କୁ କଡ଼ାକଡ଼ି କରିବା ପାଇ ଦାବି ହେଉଛି। ଏପରିକି ୧୨ ବର୍ଷରୁ କମ୍‌ ନାବାଳିକାଙ୍କ ସହିତଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିଛନ୍ତିି। ହେଲେ ଶିଶୁ ଯୌନ ନିର୍ଯାତନା ମାମଲା କମିବାର ନାଁ ନେଉ ନାହିଁ। ଏ ପରିପ୍ରେକ୍ଷୀରେ ଚେନ୍ନାଇରେ ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ତାଙ୍କ ୪୫ ବର୍ଷୀୟା ମାଲିକାଣୀ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିବା ଘଟଣା ଶିଶୁ ଯୌନ ନିର୍ଯାତନା ମାମଲାର ଭିନ୍ନ ଦିଗକୁ ଆଲୋକପାତ କରିଛି। ଏ ନେଇ ଶିଶୁ କଲ୍ୟାଣ ସମିତି ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।


ଏକାଦଶ ଶ୍ରେଣୀରେ ପାଠ ପଢ଼ୁଥିବା କେରଳର ଜଣେ ଗରିବ ନାବାଳକ(୧୭ ବର୍ଷ) ୩ ବର୍ଷ ତଳେ କେରଳରେ ଏକ କାର୍ଯ୍ୟକ୍ରମରେ ତାର ମାଲିକାଣୀ ଓ ତାଙ୍କ ସ୍ୱାମୀଙ୍କୁ ଭେଟିଥିଲେ। ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହିତ ମିଶି ଭିଗ୍ରାମ୍ବକମ ଅଞ୍ଚଳରେ ଏକ ଡବିଂ ଷ୍ଟୁଡିଓ ଚଳାନ୍ତି। ମହିଳାଙ୍କର ଦୁଇିଟି ଛୋଟ ପୁଅ ଅଛନ୍ତି। ସେମାନେ ଏହି ନାବାଳକଙ୍କୁ ପାଠ ପଢ଼ାରେ ସାହାଯ୍ୟ କରିବେ ବୋଲି କହି ତାଙ୍କୁ ନିଜ ପାଖକୁ ଆଣିଥିଲେ ଓ ତାଙ୍କ ଷ୍ଟୁଡିଓରେ ଜଣେ ଡବିଂ ଆର୍ଟିଷ୍ଟ ଭାବେ କାର୍ଯ୍ୟ କରିବାରେ ସୁଯୋଗ ଦେଇଥିଲେ।ଏଥିପାଇଁ ସେମାନେ ବାଳକଙ୍କୁ ଷ୍ଟାଇପେଣ୍ଡ୍‌ ମଧ୍ୟ ଦେଉଥିଲେ।
ତେବେ ନାବାଳକ ଜଣକ ଶିଶୁ କଲ୍ୟାଣ ସମିତିରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ମାଲିିକାଣୀ ତାଙ୍କ ପାଖକୁ ଯୌନ ନିବେଦନ ସମ୍ପର୍କିତ ଲେଖା ପଠାଇବା ସହିତ ତାଙ୍କୁ ଆପତ୍ତିଜନକ ଭାବେ ଛୁଇଁବାକୁ ଚେଷ୍ଟା କରୁଥିଲେ। ଏପରିକି ଯେତେବେଳେ ମହିଳା ଜଣକ ତାଙ୍କ ସହିତ ସେକ୍ସୁଆଲି ଆଡଭାନ୍ସ ହେବାକୁ ଚେଷ୍ଟା କଲେ, ନାବଳକ ଜଣକ ତାଙ୍କୁ ଏଥିରେ ବାଧା ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ମାଲିକାଣି ତାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ବୋଲି ନାବାଳକ ଜଣକ ଶିଶୁ କଲ୍ୟାଣ ସମିତି ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ମହିଳା ଜଣକ ତାଙ୍କ କପ୍‌ବୋର୍ଡରେ କଣ୍ଡୋମ ରଖି ଏହାର ଫଟୋ ଉଠାଇ ଅନ୍ୟ ଡବିଂ ଆର୍ଟିଷ୍ଟମାନଙ୍କୁ ଦେଖାଇଥିଲେ। ମାଲିକାଣିଙ୍କ ନିର୍ଯାତନା ସହି ନ ପାରି ନାବାଳକ ଜଣକ ତାଙ୍କ ମାଆଙ୍କୁ ଫୋନ କରି ଡକାଇଥିଲେ।ଏ ସମ୍ପର୍କରେ ଚେନ୍ନାଇର ସିଡବ୍ଲ୍ୟୁସି ସଦସ୍ୟ ଶୈଳ ଚାର୍ଲସ ମୋହନ କହିଛନ୍ତି ଏହି ମାମଲାର ତଦନ୍ତ ପାଇଁ ଆମେ ସିବିସିଆଇଡିକୁ ହସ୍ତାନ୍ତର କରିଛୁ। ତେବେ ଏ ପ୍ରକାର ଅଭିଯୋଗକୁ ମହିଳାଙ୍କ ସ୍ୱାମୀ ଅସ୍ୱୀକାର କରିଛନ୍ତି। ନାବାଳକ ତାଙ୍କ ଘରୋଇ ସହାୟିକାଙ୍କ ଖରାପ ବ୍ୟବହାର ଦେଖାଇଥିଲେ। ଏ ନେଇ ସେମାନେ ଭିଗ୍ରାମ୍ବକମ୍‌ ଥାନାରେ ଏତଲା ଦେଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ନାବାଳକ ଜଣକ ତାର ମାଲିିକାଣୀଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଥିବାବେଳେ ମହିଳାଙ୍କ ସ୍ୱାମୀ ପୂର୍ବରୁ ଥାନାରେ ମାମଲା ରୁଜୁ କରିଥିବା ଭିଗ୍ରାମ୍ବକମ ଥାନା ପୁଲିସ କହିଛି।

ସମ୍ବନ୍ଧିତ ଖବର